ଓଡ଼ିଶାରେ ଲାଗିବ ୩ ନୂଆ ଡପଲାର ରାଡାର
ଭୁବନେଶ୍ୱର: ଓଡ଼ିଶାରେ ଲାଗିବ ୩ଟି ନୂଆ ଡପଲାର ରାଡାର। ସମ୍ବଲପୁର, ବାଲେଶ୍ଵର ଓ ଭୁବନେଶ୍ବରରେ ବସିବ ଡପଲାର ରାଡାର। ଭୁବନେଶ୍ବର ରାଡାର କୃତ୍ରିମ ବନ୍ୟା ସଂପର୍କିତ ସଠିକ୍ ତଥ୍ୟ ଯୋଗାଇ ପାରିବ। ସାରା ଦେଶରେ ୨୦୨୬ ସୁଦ୍ଧା ୧୨୬ଟି ରାଡାର ଲାଗିବ। ଏବେ ୭୩ଟି ରାଡ଼ାର କାମ କରୁଥିବାବେଳେ ୫୩ଟି ନୂଆ ରାଡ଼ାର ଲାଗିବ। ନୂଆ ଡପଲାର ରାଡାର ନେଇ ସୂଚନା ଦେଇଛନ୍ତି ଭାରତୀୟ ପାଣିପାଗ ବିଭାଗ ଡିଜି ମୃ୍ତ୍ୟୁଞ୍ଜୟ ମହାପାତ୍ର।