ଉତ୍କଳ ସମ୍ମିଳନୀର ୧୨୧ ତମ ପ୍ରତିଷ୍ଠା ଦିବସ ପାଳନ ଅବସରରେ "ବର୍ଣ୍ଣ ଟୁ ହେଲ୍ପ ଅଲ୍" କୁ ସେବା ସମ୍ନାନ ପ୍ରଦାନ

Dec 30, 2024 - 22:47
 21
ଉତ୍କଳ ସମ୍ମିଳନୀର ୧୨୧ ତମ ପ୍ରତିଷ୍ଠା ଦିବସ ପାଳନ ଅବସରରେ "ବର୍ଣ୍ଣ ଟୁ ହେଲ୍ପ ଅଲ୍" କୁ ସେବା ସମ୍ନାନ ପ୍ରଦାନ

ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ଆନ୍ଦୋଳନର ଅଗ୍ରଦୂତ ବର୍ଷୀୟାନ୍ ଅନୁଷ୍ଠାନ 'ଉତ୍କଳ ସମ୍ମିଳନୀ'ର ୧୨୧ ତମ ପ୍ରତିଷ୍ଠା ଦିବସ ଯାଜପୁର ଜିଲ୍ଲାର ରସୁଲପୁର ବ୍ଲକ ଅନ୍ତର୍ଗତ କଲଣ ଗ୍ରାମରେ ଅବସ୍ଥିତ ମଧୁପୁର ମହାବିଦ୍ୟାଳୟଠାରେ ପାଳିତ ହୋଇଯାଇଛି । ଓଡ଼ିଆ ସଂସ୍କୃତି ଓ ପୂଜ୍ୟପୂଜା ନିମିତ୍ତ ଦୀର୍ଘ ସାତବର୍ଷ ଧରି କାର୍ଯ୍ୟରତ 'ଅନ୍ତରଙ୍ଗ କଳିଙ୍ଗ' ଏବଂ 'ଉତ୍କଳ ସ୍ବାଭିମାନ ମଞ୍ଚ' ର ମିଳିତ ଆନୁକୂଲ୍ୟରେ ମଧୁପୁର ମହାବିଦ୍ୟାଳୟ ପରିସରରେ 'ଉତ୍କଳ ସମ୍ମିଳନୀ'ର ବିଶିଷ୍ଟ ପୁରୋଧାମାନଙ୍କୁ ସ୍ମରଣ କରି ମହାବିଦ୍ୟାଳୟ ମୁଖ୍ୟ ପ୍ରାଙ୍ଗଣରେ ଓଡ଼ିଶାର ଚାରି ଜଣ ବରପୁତ୍ର, ବିପ୍ଳବୀ ଜୟୀ ରାଜଗୁରୁ, ଉତ୍କଳମଣି ଗୋପବନ୍ଧୁ ଦାସ, ମା' ରମାଦେବୀ ଏବଂ ମଧୁପୁର ଗଡ଼ଜାତର ଆଦର୍ଶପ୍ରେମୀ ଜାତିପ୍ରାଣ ରାଜା ନାରାୟଣ ଧୀର ନରେନ୍ଦ୍ର ସିଂଙ୍କ ଆବକ୍ଷ ପ୍ରତିମୂର୍ତ୍ତିମାନଙ୍କୁ ଅନାବରଣ କରାଯାଇଥିଲା । ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ବ୍ୟକ୍ତିବିଶେଷ, କୃତି ଛାତ୍ରଛାତ୍ରୀଙ୍କୁ ସମ୍ବର୍ଧିତ କରାଯିବା ସହିତ ଓଡ଼ିଶାର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ "ବର୍ଣ୍ଣ ଟୁ ହେଲ୍ପ ଅଲ୍" କୁ ସେବା ସମ୍ମାନରେ ସମ୍ମାନିତ କରାଯାଇଥିଲା।     ମଧୁପୁର ମହାବିଦ୍ୟାଳୟ ଓ 'ଅନ୍ତରଙ୍ଗ କଳିଙ୍ଗ ଫାଉଣ୍ଡେସନ' ତତ୍ତ୍ଵାବଧାନରେ ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ଲାଗି କିପରି ଓଡ଼ିଶାର ଜାତୀୟ ଗୌରବ କୁଳବୃଦ୍ଧ ମଧୁସୂଦନ ଦାସ ସମଗ୍ର ଜୀବନକୁ ନିଷ୍ଠାପର ବ୍ରତ କରି ଦୀର୍ଘ ଜାତୀୟ ସଂଗ୍ରାମର ସୂତ୍ରପାତ କରିଥିଲେ ତାହାର ସ୍ମୃତିଚାରଣ ସ୍ଵରୂପ ସଭାରେ ଉପସ୍ଥିତ ବିଶିଷ୍ଟ ଅତିଥି ମଧୁପୁର ଗଡ଼ ରାଜମାତା ଶ୍ରୀମତୀ ଅପର୍ଣ୍ଣା ଧୀର ନରେନ୍ଦ୍ର ସିଂ, ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ, ଉତ୍କଳ ସ୍ବାଭିମାନ ମଞ୍ଚର ସଭାପତି ଶ୍ରୀଯୁକ୍ତ ରାଧାକାନ୍ତ ଦାଶ, ମଧୁପୁର ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରଦୀପ କୁମାର ଦାଶ ନିଜ ଅଭିଭାଷଣରେ ଅବଗତ କରାଇଥିଲେ ।  ମଧୁପୁର ମହାବିଦ୍ୟାଳୟର ଅଧ୍ୟକ୍ଷ ସଭାର ଉଦ୍‍ଯାପନୀ ବକ୍ତୃତା ପ୍ରଦାନ କରିଥିଲେ।