ଜାନୁଆରୀ ୫ ରୁ ଆଦିବାସୀ ମେଳା

Jan 2, 2025 - 22:01
 4

ଭୁବନେଶ୍ୱର: ପ୍ରବାସୀ ଭାରତୀୟ ଦିବସକୁ ଧ୍ୟାନରେ ରଖି ଆମ ରାଜ୍ୟ ସରକାରଙ୍କ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ଏବଂ ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ବିଭାଗ ଜାନୁଆରୀ ୫ ତାରିଖରୁ ଭୁବନେଶ୍ୱର ୟୁନିଟ୍-୩ ସ୍ଥିତ ପ୍ରଦର୍ଶନୀ ପଡ଼ିଆରେ ଆଦିବାସୀ ମେଳାର ଆୟୋଜନ କରିବାକୁ ଯାଉଛି । ଚଳିତ ବର୍ଷର ଆଦିବାସୀ ମେଳାକୁ ସ୍ବତନ୍ତ୍ର ଭାବରେ ପ୍ରବାସୀ ଭାରତୀୟ ଦିବସକୁ ଧ୍ୟାନରେ ରଖି ଆୟୋଜିତ କରାଯିବ । ସହରରେ ଆଦିବାସୀ ଗ୍ରାମ, ଆଦିବାସୀ ହାଟ, ଜନଜାତି ଖାଦ୍ୟପେୟ, ଲାଇଭ୍ ଡେମନଷ୍ଟ୍ରେସନ୍, ସ୍ବତନ୍ତ୍ର ବିର୍ସା ମୁଣ୍ଡା ପାଭିଲିୟନ୍ ଆଦି ଅନେକକୁ ଚଳିତ ବର୍ଷ ଆଦିବାସୀ ମେଳାର ସ୍ଥାନ ଦିଆଯାଉଛି । ବର୍ତ୍ତମାନ ଏସବୁର ନିର୍ମାଣ କାର୍ଯ୍ୟ ଜୋରସୋର୍ ରେ ଚାଲିଛି ।