ରାମକୃଷ୍ଣ ବାଳାଶ୍ରମ ରେ ପ୍ରଶ୍ନୋତ୍ତର ରେ ଶ୍ରୀଜଗନ୍ନାଥ କାର୍ଯ୍ୟକ୍ରମ ଅନୁଷ୍ଠିତ

ଭୁବନେଶ୍ୱର: ଅଜି ଭୁବନେଶ୍ୱର ରେ ପ୍ରଶ୍ନୋତ୍ତର ରେ ଶ୍ରୀଜଗନ୍ନାଥ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ସମ୍ପାଦକ ପ୍ରଭାକର ମଲ୍ଲିକ ଙ୍କ ସଭାପତିତ୍ୱ ରେ ଶ୍ରୀଜଗନ୍ନାଥ ପାଞ୍ଚରାତ୍ର ପ୍ରଚାର ସମିତି ପକ୍ଷରୁ ରାମକୃଷ୍ଣ ବାଳାଶ୍ରମ ଅନ୍ଧାରୁଆ ରେ ଆୟୋଜିତ ହୋଇଥିବା ଏହି କାର୍ଯ୍ୟକ୍ରମ ରେ ୪୦ ଜଣ ପିଲା ଯୋଗ ଦେଇଥିଲେ। ସେମାନଙ୍କୁ ଶ୍ରୀଜଗନ୍ନାଥ ଙ୍କ ଓ ମନ୍ଦିର ବିଷୟରେ ପ୍ରଶ୍ନ ଦିଆ ଯାଇ ଥିଲା ବହୁ ପିଲା ପ୍ରାୟ ୨୩ ନମ୍ବର ରଖିଥିଲେ,ଶ୍ରୀ ଜଗନ୍ନାଥ ପାଞ୍ଚରାତ୍ର ପ୍ରଚାର ସମିତି ର ୭ମ ବାର୍ଷିକ ପାଳନ ଦିବସ ଅବସର ରେ ସମସ୍ତ ପିଲା ଓ ସାର ମାନଙ୍କୁ ଫେବୃଆରୀ ୮ ତାରିଖରେ ଆର ସି ଏମ କଲେଜ ଚନ୍ଦ୍ରଶେଖରପୁର ଠାରେ ଯୋଗଦେବାକୁ ନିମନ୍ତ୍ରଣ କରାଯାଇଥିଲା । କୃତି ପ୍ରତିଯୋଗୀ ମାନଙ୍କୁ ସେଠାରେ ପୁରସ୍କୃତ କରାଯିବ। ଏହି ପ୍ରଶ୍ନୋତ୍ତର ରେ ଶ୍ରୀଜଗନ୍ନାଥ କାର୍ଯ୍ୟକ୍ରମ ସ୍କୁଲ, କଲେଜ ଆଶ୍ରମ ଓ ଅନ୍ୟାନ୍ୟ ଜାଗାରେ କରାଯିବା ନିମନ୍ତେ ଆମର ଏହା ଏକ ପ୍ରୟାସ,ମହାପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ବିଷୟରେ ସମସ୍ତେ ଜାଣିବା ନିହାତି ଆବଶ୍ୟକ, ସମସ୍ତଙ୍କୁ ନମସ୍କାର ପ୍ରଣାମ କହିବା ସହ ଜୟ ଜଗନ୍ନାଥ କହିବାକୁ ସମ୍ପାଦକ ଆହ୍ୱାନ ଜଣାଇଥିଲେ। ଏହି ସଭା ରେ ଯୁଗ୍ମ ସମ୍ପାଦକ ନିରଞ୍ଜନ ଦାସ, ସଂଗଠନ ସମ୍ପାଦକ ଡ଼ ନାରାୟଣ ମହାପାତ୍ର, ତ୍ରିଲୋଚନ ନାୟକ, ଶ୍ରୀନିବାସ ରାଓ, ଅନୁଷ୍ଠାନ ର ବିଭୁତି ବାବୁ ଉପସ୍ଥିତ ରହି ପରିଚାଳନା ରେ ସାହାଯ୍ୟ କରିଥିଲେ। ଶେଷ ରେ ସମସ୍ତେ ଏକ ସ୍ୱରରେ ଜୟ ଜଗନ୍ନାଥ କହିଥିଲେ।