କାର୍ ଧକ୍କାରେ ମହିଳା କାଉଡ଼ିଆଙ୍କ ମୃତ୍ୟୁ

Jul 29, 2024 - 13:18
 8
କାର୍ ଧକ୍କାରେ ମହିଳା କାଉଡ଼ିଆଙ୍କ ମୃତ୍ୟୁ

କଟକ: କଟକ-ଚାନ୍ଦବାଲି ରାସ୍ତାରେ ନିଶ୍ଚିନ୍ତକୋଇଲି ତହସିଲ ଛକ ରେ ବିଳମ୍ବିତ ରାତିରେ ଏକ କାର୍ ଧକ୍କାରେ ଜଣେ ମହିଳା କାଉଡ଼ିଆଙ୍କ ମୃତ୍ୟୁ ହୋଇଛି ।ଜିଗନୀପୁର ପଂଚାୟତ ବସୁପଦା ଗ୍ରାମର ଏକ କାଉଡ଼ିଆ ଦଳ ଚିତ୍ରୋପ୍ତଳା ନଦୀ ନେମାଳ ଘାଟରୁ ପାଣିଭାର ନେଇ ଫୋଗଳ ପଂଚାୟତ ପାଇକରାପୁର ସିଦ୍ଧଶ୍ୱର ମହାଦେବ ମନ୍ଦିରକୁ ଯାଉଥିଲେ। ତହସିଲ ଛକରେ ଛିଡ଼ା ହୋଇଥିଲା ବେଳେ କଟକରୁ କେନ୍ଦ୍ରାପଡ଼ା ଅଭିମୁଖେ ଯାଉଥିବା ଏକ କାର୍ ଧକ୍କା ଦେଇ ଓଲଟି ପଡ଼ିଥିଲା। ଘଟଣାସ୍ଥଳରେ ବସୁପଦା ଗ୍ରାମର ଚିନ୍ମୟୀ ବେହେରା (୨୨)ଙ୍କ ମୃତ୍ୟୁ ହୋଇଛି। ସେହି ଗ୍ରାମର ରାମଚନ୍ଦ୍ର ରାଉତଙ୍କ ପୁତ୍ର ଜ୍ୟୋତି ପ୍ରକାଶ ରାଉତ (୧୫)ଓ ପୁର୍ଣଚନ୍ଦ୍ର ବେହେରା (୩୫)ଗୁରୁତର ହୋଇଥିବାରୁ କଟକ ବଡ ମେଡିକାଲରେ ଚିକିତ୍ସିତ ହେଉଛନ୍ତି। କାର୍ ଡ୍ରାଇଭର ଥାନାରେ ଅଟକ ଥିବା ସୂଚନା ମିଳିଛି।