ଢେଙ୍କାନାଳରେ ବୋମାମାଡ଼
ଢେଙ୍କାନାଳ: ଢେଙ୍କାନାଳରେ ଜଣେ ବ୍ୟବସାୟୀଙ୍କ ଘର ଉପରକୁ ବୋମାମାଡ଼ ହୋଇଛି। ସଦର ଥାନା ଖମାର ସାହିରେ ବୋମାମାଡ଼ କରି ୨ ଦୁର୍ବୃତ୍ତ ଫେରାର ହୋଇଯାଇଥିବା ଜଣାପଡ଼ିଛି। ବ୍ୟବସାୟୀ ଜଣଙ୍କ ଖମାର ସାହି ଲଷ୍ମୀପୂଜା କମିଟିର ସଂପାଦକ । ବୋମାମାଡ଼ରେ ଘରର ମୁଖ୍ୟ ଗେଟ୍ କ୍ଷତିଗ୍ରସ୍ତ ହୋଇଛି। ବୋମାମାଡ଼ ପୂର୍ବରୁ ଅଜଣା ନମ୍ବରରେ ଆସିଥିଲା ଧମକ।