ଭୁବନେଶ୍ବରରେ ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ
ଭୁବନେଶ୍ବର ମଞ୍ଚେଶ୍ବର ଷ୍ଟେସନ ୟାର୍ଡରେ ଏକ ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ ହୋଇଛି। ରାତି ୧ଟା ୩୫ରେ ଲାଇନ୍ଚ୍ୟୁତ ନେଇ ରେଲୱେ ପକ୍ଷରୁ ସୂଚନା ମିଳିଛି। ଯୁଦ୍ଧକାଳୀନ ଭିତ୍ତିରେ ଆରମ୍ଭ ହୋଇଥିଲା ମରାମତି କାର୍ଯ୍ୟ। ଉଭୟ ଡାଉନ୍ ଓ ଅପ୍ ଲାଇନ୍ରେ ପୁଣି ଚଳାଚଳ ଆରମ୍ଭ ହୋଇଛି। ଏହି ଘଟଣା ଯୋଗୁଁ ୨ଟି ଟ୍ରେନ୍ ବାତିଲ ଓ ୬ଟି ଟ୍ରେନ୍ର ଯାତାୟାତ ସମୟ ବଦଳିଛି।