ପଶ୍ଚିମ ଓଡ଼ିଶାରେ ଜାରି ରହିଛି ଗ୍ରୀଷ୍ମପ୍ରବାହ

ଭୁବନେଶ୍ୱର : ଆଜି ପଶ୍ଚିମ ଓଡ଼ିଶାରେ ଅସହ୍ୟ ତାତି ଅନୁଭୂତ ହେବା ସହିତ ୪୩ ଡିଗ୍ରୀ ଉପରେ ରହିଛି ୩ଟି ସହରର ତାପମାତ୍ରା। ଆଜି ଦିନ ୨ଟା ୩୦ ସୁଦ୍ଧା ଝାରସୁଗୁଡ଼ାରେ ୪୪.୨ ତାପମାତ୍ରା ରେକର୍ଡ କରାଯାଇଛି ଏବଂ ଏହା ସବୁଠୁ ଉତ୍ତପ୍ତ ସହର ଭାବେ ପରିଗଣିତ ହୋଇଛି | ସେହିପରି ହୀରାକୁଦ ୪୩.୮, ସମ୍ବଲପୁର ୪୩.୬ ଡିଗ୍ରୀ ସେଲସିୟସ୍, ଭୁବନେଶ୍ୱର ତାପମାତ୍ରା ୩୮.୮ ଡିଗ୍ରୀ ଓ ପାରାଦୀପରେ ସର୍ବାଧିକ ୭୮% ଆର୍ଦ୍ରତା ସହ ୩୨.୬ ଡିଗ୍ରୀ ତାପମାତ୍ରା ରହିଛି|