ଭୁବନେଶ୍ବର-ସୋନପୁର ଇଣ୍ଟରସିଟିର ଏସି ବଗିରେ ଧୂଆଁ
ଭୁବନେଶ୍ୱର: ଭୁବନେଶ୍ବର-ସୋନପୁର ଇଣ୍ଟରସିଟିର ଏସି ବଗିରେ ଧୂଆଁ ଦେଖିବାକୁ ମିଳିଛି। ଏସି ବଗି ଚକାରେ ବ୍ରେକ୍ ବାଇଣ୍ଡିଂ ଯୋଗୁଁ ଧୂଆଁ ବାହାରିଥିବା ସୂଚନା। ମଞ୍ଚେଶ୍ବର ଷ୍ଟେସନରେ ଟ୍ରେନ୍ ଅଟକାଇ ଧୂଆଁ ଆୟତ୍ତ କରାଯାଇଛି। ଆଜି ସକାଳ ୬ଟା ୪୫ରେ ଧୂଆଁ ବାହାରୁଥିବା ଦେଖି ଟେନ୍ ଅଟକାଯାଇଥିଲା। ପ୍ରାୟ ୩୦ ମିନିଟ୍ ପରେ ଗନ୍ତବ୍ୟସ୍ଥଳକୁ ଯାଇଥିବା ଜଣାପଡ଼ିଛି।