ମାଘ ପୂର୍ଣ୍ଣିମାରେ ଉଛୁଳିଲା ମହାକୁମ୍ଭ, ଜନ ସମୁଦ୍ର ପାଲଟିଲା ସଂଗମ

ଭୁବନେଶ୍ୱର : ମାଘ ପୂର୍ଣ୍ଣିମା ପାଇଁ ମହାକୁମ୍ଭରେ ବଢ଼ୁଛି ଭିଡ଼ । କୋଟି କୋଟି ଲୋକଙ୍କର ସମାଗମ ହେଉଛି । ଆଦିଶକ୍ତି ଟ୍ରଷ୍ଟ ସଂଯୋଜନାରେ ହୋଇଥିବା ପ୍ରୟାଗରାଜ ଯାତ୍ରା ମହାକୁମ୍ଭ ୨୦୨୫ ଯାତ୍ରା ସୁରୁଖୁରୁରେ ଶେଷ ହେଇଛି ।ଓଡିଶାରୁ ବିଭିନ୍ନ ସ୍ଥାନରୁ ପ୍ରାୟ ୫୦ ଜଣ ଯାତ୍ରୀ ୧୦ ତାରିଖରୁ ଯାତ୍ରା ଆରମ୍ଭ କରି ମାଘ ପୂର୍ଣ୍ଣିମା ୧୨ ତାରିଖରେ ପ୍ରୟାଗ ରାଜ ମହାକୁମ୍ଭରେ ବୁଡ଼ ପକାଇଥିଲେ । ସମସ୍ତେ ବହୁତ ଆନନ୍ଦିତ ହୋଇଥିଲେ । ବୁଧବାର ସକାଳେ ସାହି ସ୍ନାନ ପ୍ରାୟ ସକାଳ ୭ଘଟିକାରେ ଆରମ୍ଭ ହୋଇଥିଲା । ପରେ ପରେ ବହୁ ସଂଖ୍ୟାରେ ଲୋକ ମାନେ ସେମାନଙ୍କ ପରିବାର ସହିତ ମଧ୍ୟ ଆସି ବୁଡ଼ ପକାଇଥିଲେ । ପ୍ରୟାଗରାଜର ସଙ୍ଗମ ଠାରେ ସମସ୍ତେ ବୁଡ଼ ପକାଇ ଥିଲେ ସାଧୁ ଓ ସନ୍ଥ ମାନଙ୍କ ସହିତ କିଏ କିଏ ତାଙ୍କର ନିଜ ସମସ୍ୟା ବିଷୟରେ ଆଲୋଚନା କରି ଥିଲେ ।