ଓଡ଼ିଶା ବିଧାନସଭା ବଜେଟ୍ ଅଧିବେଶନ ଆରମ୍ଭ

Feb 13, 2025 - 19:44
 4

ଭୁବନେଶ୍ୱର: ଓଡ଼ିଶା ବିଧାନସଭା ବଜେଟ୍ ଅଧିବେଶନ ଆରମ୍ଭ ହୋଇଛି। ୨ ପର୍ଯ୍ୟାୟ ଅଧିବେଶନରେ ମୋଟ୍ ୨୮ଟି କାର୍ଯ୍ୟ ଦିବସ ରହିଛି।ଆସନ୍ତା ୧୭ରେ ଉପସ୍ଥାପନ ହେବ ରାଜ୍ୟ ବଜେଟ୍ ୨୯ ତାରିଖରେ ଆଗତ ହେବ ବ୍ୟୟ ମଞ୍ଜୁରୀ ବିଲ୍। ଜୟ ଜଗନ୍ନାଥ କହି ଅଭିଭାଷଣ ଆରମ୍ଭ କଲେ ରାଜ୍ୟପାଳ । ରାଜ୍ୟପାଳ କହିଲେ ଯେ ଖଣିଜ ସଂପଦରେ ଭରପୂର ଓଡ଼ିଶା। ଐତିହ୍ୟ, କୀର୍ତ୍ତିରାଜିକୁ ନେଇ ପରିଚିତ ଓଡ଼ିଶା। ଗରିବ, ଯୁବ, ଅନ୍ନଦାତା, ନାରୀଶକ୍ତି ସରକାରର ମୂଳମନ୍ତ୍ର। ମୋ ସରକାର ଧାନର ମୂଲ୍ୟ ୮୦୦ ଟଙ୍କା ବୃଦ୍ଧି କରିଛି। ଓଡ଼ିଆ ଅସ୍ମିତା ବିକାଶ ଦିଗରେ କାର୍ଯ୍ୟ କରୁଛି ମୋ ସରକାର। ଡିଜିପି ସମ୍ମିଳନୀ, ଉତ୍କର୍ଷ ଓଡ଼ିଶା, ପ୍ରବାସୀ ଭାରତୀୟ ଦିବସ ଆୟୋଜନ କରିଛୁ। ରାଜ୍ୟ ସରକାର ନୂଆ ଶିକ୍ଷାନୀତିକୁ ଲାଗୁ କରିଛନ୍ତି। ୨୦୪୭ ସୁଦ୍ଧା ବିକଶିତ ଭାରତରେ ଓଡ଼ିଶାର ପ୍ରମୁଖ ଭୂମିକା ରହିବ।