ବିଜେଡି ପକ୍ଷରୁ ମହିଳା ଦିବସ ପାଳିତ
ଭୁବନେଶ୍ୱର: ଭୁବନେଶ୍ୱରରେ ଥିବା ଶଙ୍ଖ ଭବନରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଆୟୋଜିତ ହୋଇଥିବା ସମାବେଶରେ ଯୋଗଦେଇ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ କହିଛନ୍ତି ଯେ ମହିଳା ମାନେ ବିଜେଡିର ନୀତି ଓ ଆଦର୍ଶର ଆମ୍ବାସାଡର।ରାଜନୈତିକ ଓ ଆର୍ଥିକ କ୍ଷେତ୍ରରେ ମହିଳା ମାନଙ୍କୁ ସଶକ୍ତ କରିବା ଆମର ଲଖ୍ୟ ବୋଲି ପ୍ରକାଶ କରିଛନ୍ତି ନବୀନ। ବିଜୁ ମହିଳା ଜନତା ଦଳ ପକ୍ଷରୁ ଆୟୋଜିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସ୍ତରୀୟ ମହିଳା ନେତ୍ରୀ ସାମିଲ ହୋଇଥିଲେ।