ଗିରଫ ହେବେ କି ୟୁଟ୍ୟୁବର ତପି ମିଶ୍ର ?
ଧରା ପଡିଲା ୟୁଟ୍ୟୁବର ତପି ମିଶ୍ରଂକ ଅସଲ ଚେହେରା । ଯିଶୁଂକୁ ଦେଉଥିଲେ ଗାଳି। ସିନେମା ବିରୁଦ୍ଧରେ କହିଲେ ଘରେ ପସି ବାଡେଇବାର ଧମକ ଦେଉଥିଲେ ତପି ମିଶ୍ର ଆଉ ଏବେ ଲେଖିକାଂକ ଲେଖା ଚୋରି କରି ଅଡୁଆରେ ଫସିଗଲେ ।୨୦୨୩ ମସିହାରେ ଲେଖିକା ବନସ୍ମିତାଂକ ଓଡିଆ ପୁସ୍ତକ ଅଗ୍ନିପରୀକ୍ଷାରେ ପ୍ରକାଶିତ ହୋଇଥିବା ସଂସ୍କୃତ ଶିବ ତାଣ୍ଡବର ଓଡିଆ ଅନୁବାଦକୁ ନିଜର ଲେଖା କହି ତପିମିଶ୍ର ଫସିଛନ୍ତି ହରଡଘଣାରେ। ପ୍ରମାଣପତ୍ର ସହିତ ପ୍ରକାଶକ ବିକେ ପବ୍ଲିକେସନ୍ , ରତ୍ନା ଫିଲ୍ମସ୍ ଆଉ ଲେଖିକା ବନସ୍ମିତା ଦ୍ୱାରସ୍ଥ ହେଇଛନ୍ତି କୋର୍ଟର । ଲାଗୁଛି ସତେ ଯେମିତି ବିବାଦ ତପି ମିଶ୍ରଂକ ପିଛା ଛାଡୁନି ।
ଏକ ପ୍ରେସ କନ୍ଫରେନ୍ସ ଜରିଆରେ ଲେଖିକା ବନସ୍ମିତା ଓ ତାଂକ ଓକିଲ ଆୟୁସ୍ କୁଲରାଜ୍ ଗଣମାଧ୍ୟମକୁ ଏ ବିଷୟରେ ଜଣାଇଛନ୍ତି।
ଅରିନ୍ଦମ ରାୟଂକ କମ୍ପାନୀ ରତ୍ନା ଫିଲ୍ମ୍ସ ପାଖରେ ଓଡିଆ ଶିବ ତାଣ୍ଡବର ଅଡିଓ ଭିଜୁଆଲ୍ ରାଇଟ୍ସ ଥିବାରୁ ତାଂକ ଓକିଲ ସିଭିଲ୍ ସୁଟ୍ ଫାଇଲ୍ କରିଛନ୍ତି ବୋଲି ଗଣ ମାଧ୍ୟମକୁ ଜଣାଇଛନ୍ତି।
ବରିଷ୍ଠ ଲେଖକ ତଥା ପୂର୍ବତନ ପ୍ରଶାସନିକ ଅଧିକାରୀ ଦେବ ଦାସ ଛୋଟରାୟ ପ୍ରେସ କନ୍ଫରେନ୍ସ ରେ ଉପସ୍ଥିତ ରହି ସାହିତ୍ୟ ଚୋରି ଭଳି ଜଘନ୍ୟ ଅପରାଧକୁ ତିବ୍ର ନିନ୍ଦା କରିଛନ୍ତି।
ପ୍ରକାସନୀ ସଂସ୍ଥା ବିକେ ପବ୍ଲିକେସନ୍ସ, ଯାହା ପାଖରେ ଅଗ୍ନିପରୀକ୍ଷା ବହିଟିର ପ୍ରକାଶନର ରାଇଟ୍ସ ଅଛି, ସେ ମଧ୍ୟ ନ୍ୟାୟାଳୟର ଦ୍ୱାରସ୍ଥ ହୋଇଛନ୍ତି ।
୨୦୨୩ ମସିହା ଅକ୍ଟୋବରରେ ପ୍ରକାଶିତ ହୋଇଥିବା ପୁସ୍ତକ ଅଗ୍ନିପରୀକ୍ଷାରେ ସଂସ୍କୃତ ଶିବତାଣ୍ଡବର ଓଡିଆ ଅନୁବାଦ ପ୍ରକାଶିତ ହୋଇଥିଲା। ଲେଖିକା ବନସ୍ମିତାଂକ ଅନୁସୃଜନର ପ୍ରକାଶନ ରାଇଟ୍ସ ବିକେ ପବ୍ଲିକେସନ ପାଖରେ ଅଛି ଆଉ ଭିଜୁଆଲ ରାଇଟ୍ସ ରତ୍ନା ଫିଲ୍ମ୍ସ ପାଖରେ ଅଛି। ତେବେ ତପି ମିଶ୍ରଂକୁ ପ୍ରଥମେ ଅଭିନେତା ଭାବରେ ନେବାକୁ କଥାବାର୍ତା ଚାଲିଥିଲା କିନ୍ତୁ ଧାର୍ମିକ ବିବାଦରେ ଫସିବା ପରେ ତାଂକୁ ସେ ପ୍ରୋଜେକ୍ଟରୁ ବାହାର କରି ଦିଆ ଯାଇଥିଲା । ତପି ମିଶ୍ର କିନ୍ତୁ ସାହିତ୍ୟ ଚୋରି ଭଳି ଏକ ଯଘନ୍ୟ କାଣ୍ଡ କରିଛନ୍ତି । ଲେଖିକାଂକ ପାଖରୁ noc ନ ନେଇ ଗୀତର ଲେଖକ ନିଜକୁ କହି ନିଜ ନାଁରେ ରିଲିଜ କରିବା ପରେ ଏବେ ଫସିଛନ୍ତି ତପି ମିଶ୍ର । ବିଶିଷ୍ଠ ଲେଖକ ଦେବଦାସ ଛୋଟରାୟଂକ ସମେତ ଅନେକ ବୟୋଜେଷ୍ଠ ଲେଖକ ମାନେ ଲେଖିକା ବନସ୍ମିତାଂକ ସପକ୍ଷରେ ପ୍ରେସ ରିଲିଜ ଜରିଆରେ ତିବ୍ର ନିନ୍ଦା କରିଛନ୍ତି।
ଗତକାଲି ଫେସବୁକ ପୋଷ୍ଟରେ ଲେଖିକା ବନସ୍ମିତାଂକୁ ଅସାମାଜିକ ଶବ୍ଦ ବ୍ୟବହାର କରି ଧମକ ଦେଇଥିବାରୁ ପୁଣି ଆଉ ଏକ FIR Infocity police station ରେ କରା ଯାଇଛି । ବିଶେଷ ସୂଚନା ରୁ ଜଣା ପଡିଛି ଯେ ତପି ମିଶ୍ର ଲେଖିକା ବନସ୍ମିତାଂକ ଉପରେ ମାନସିକ ଚାପ ପକାଉଥିଲେ ଓ ଗଣମାଧ୍ୟମରେ ଅଶାଳୀନ ମନ୍ତବ୍ୟ ରଖି ଡରାଉଥିଲେ ଯାହା ଦ୍ୱାରା କି ଲେଖିକା ବନସ୍ମିତା ବାଧ୍ୟ ହୋଇ କେଶ୍ ଫେରାଇନେବେ । ଏପରିକି ଲାଇଭ୍ ଆସି ଫେସବୁକ ରେ ଲେଖିକାଂକ ଚିତ୍ର ସଂହାର କରିବା ପାଇଁ ପରୋକ୍ଷ ଧମକ ମଧ୍ୟ ଦେଇଥିଲେ।
ଲେଖିକା ବନସ୍ମିତା ମର୍ମାହତ ହୋଇ କୋର୍ଟର ଏବଂ ନ୍ୟାୟପାଳିକାର ଦ୍ୱାରସ୍ଥ ହୋଇଛନ୍ତି । ପ୍ରକାଶକଂକ ତରଫରୁ ଲିଗାଲ୍ ନୋଟିସ୍ ପଠା ଯାଇଛି। ରତ୍ନା ଫିଲ୍ମସ ତରଫରୁ ଅଡିଓ ଭିଜୁଆଲ ରାଇଟ୍ସ ପାଇଁ ସିଭିଲ୍ ସୁଟ୍ ଫାଇଲ୍ କରା ଯାଇଛି। ବନସ୍ମୀତାଂକ ତରଫରୁ ଦୁଇଟି FIR ଓ ୫୦ ଲକ୍ଷ ଟଂକାର ଜୋରିମାନା ଫାଇଲ୍ କରାଯାଇଛି। Infocity police station ରେ ତପି ମିଶ୍ରଂକ ବିରୁଦ୍ଧରେ ଦୁଇ ଦୁଇଟି ଚାର୍ଯସିଟ୍ ଫାଇଲ୍ କରାଯାଇଛି । ଭିଡିଓକୁ ଚବିଶ୍ ଘଣ୍ଟାରେ ଡିଲେଟ୍ ନ କଲେ ଓ ଲେଖିକାଂକୁ ଅପମାନ ଜନକ ମନ୍ତବ୍ୟ ଦେଇଥିବାରୁ ଓ ଲେଖା ଚୋରି କରିଥିବାରୁ କ୍ଷମା ନ ମାଗିଲେ ଲେଖକ ସମାଜ, ରତ୍ନା ଫିଲ୍ମ୍ସ, ସମାଜସେବୀ ସଂଗଠନ ଓ ପ୍ରକାଶକ ମଣ୍ଡଳୀ ବାଧ୍ୟହୋଇ ତପିମିଶ୍ରଂକ ବିରୁଦ୍ଧରେ ଦୃଢ କାର୍ଯ୍ଯାନୁଷ୍ଠାନ ଗ୍ରହଣ କରିବେ ।