ଭୁବନେଶ୍ବରରେ ପୋଲିସ୍ ଓ କଂଗ୍ରେସ କର୍ମୀ ମୁହାଁମୁହିଁ

ଭୁବନେଶ୍ୱର: ଆଜି ଭୁବନେଶ୍ବର ମହାତ୍ମା ଗାନ୍ଧୀ ମାର୍ଗରେ ପୋଲିସ୍ ଓ କଂଗ୍ରେସ କର୍ମୀ ମୁହାଁମୁହିଁ ହୋଇଥିଲେ। କଂଗ୍ରେସ କର୍ମୀ ବ୍ୟାରିକେଡ୍ ଭାଙ୍ଗିବା ବେଳେ ପୋଲିସ୍ ଲାଠିଚାର୍ଜ କରିଥିଲା। ଏହା ପରେ ଚେୟାର ଫୋପାଡ଼ିଲେ କଂଗ୍ରେସ କର୍ମୀ। ପୋଲିସ୍ ଉପରକୁ ଟେକାପଥର ଓ ଟମାଟୋ ମାଡ଼ ମଧ୍ୟ କରିଥିଲେ କଂଗ୍ରେସ ସମର୍ଥକ। ନାରୀ ନିର୍ଯାତନା ଓ ବିଧାୟକଙ୍କ ନିଲମ୍ବନ ପ୍ରତିବାଦରେ ବଡ଼ ବିକ୍ଷୋଭର ଆୟୋଜନ କରିଥିଲା କଂଗ୍ରେସ।