ବିନ୍ଦୁ ସାଗର ଆଳତି ଅନୁଷ୍ଠିତ

Apr 12, 2025 - 22:33
 44
ବିନ୍ଦୁ ସାଗର ଆଳତି ଅନୁଷ୍ଠିତ

ଭୁବନେଶ୍ୱର: ଭୁବନେଶ୍ୱର ଶାନ୍ତି କମିଟି ସଭାପତି ଶ୍ରୀ ମଧୁମାଧବ ଜେନା ଙ୍କ ଆବାହକତ୍ୱରେ ଶ୍ରୀ ରାମ ନାରାୟଣ ଜି ମହାରାଜ ପୁରୁଣା ଭୁବନେଶ୍ବରର ସ୍ଥିତ ବିନ୍ଦୁସାଗର କୂଳରେ ୧୪ତମ ମହା ଆଳତି କରିଥିଲେ । ପ୍ରଥମେ ଅଗ୍ର ଦେବତା ଶ୍ରୀ ଗଣେଶ ଙ୍କ ପୂଜା କରାଯାଇ ହନୁମାନ ଚାଳିଶା ରେ ହୁଳହୁଳି, ହରିବୋଲ, ଘଣ୍ଟ, ଓ ନାମ ସଙ୍କୀର୍ତ୍ତନ ରେ ବିନ୍ଦୁସାଗର କୂଳରେ ମହାଆଳତି କରାଯାଇଅଛି। ଉତ୍ସବ ରେ ଉପଦେଷ୍ଟା ଡ଼ ନାରାୟଣ ମହାପାତ୍ର, ଉପ ସଭାପତି ରାଜେନ୍ଦ୍ର ସାମାର୍ଥା, ସମ୍ପାଦକ ନବ କିଶୋର ବେହେରା, ଶିଲାଭଦ୍ର ଶାସ୍ତ୍ରୀ, ବିଜୟ ପାତ୍ର, ଆଶା ଲତା ରାଉତରାୟ, ଚନ୍ଦ୍ରଶେଖର ବେହେରା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ। ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ବିନ୍ଦୁସାଗର ପରିଷ୍କାର ପରିଚ୍ଛନ୍ନ ରହିବା ସହିତ ଜଳସ୍ତର ବୃଦ୍ଧି, ଓ ପାନୀୟ ଜଳ ରୂପେ ଗ୍ରହଣ କରାଯାଇପାରିବ ସମସ୍ତେ ମିଳିମିଶି ସହଯୋଗ କରିବାକୁ ଅନୁରୋଧ କରିଥିଲେ। ସମସ୍ତ ରାଜଧାନୀବାସି ସୁଖରେ ଅତିବାହିତ କରିବାକୁ କାମନା କରାଯାଇଥିଲା ।