ଦୃଷ୍ଟିବାଧିତ ମାଆ କୋଳରୁ ଅପହୃତ ଶିଶୁପୁତ୍ର ଉଦ୍ଧାର

Apr 15, 2025 - 23:04
 36
ଦୃଷ୍ଟିବାଧିତ ମାଆ କୋଳରୁ ଅପହୃତ ଶିଶୁପୁତ୍ର ଉଦ୍ଧାର

ଭୁବନେଶ୍ୱର: ଭୁବନେଶ୍ୱରରୁ ଅପହୃତ ଶିଶୁପୁତ୍ର ବାଲେଶ୍ୱରରୁ ଉଦ୍ଧାର ହୋଇଥିବା ଜଣାପଡ଼ିଛି। ବାଲେଶ୍ୱରରେ ପିଲା ଚୋରକୁ ଧରିଲା ପୋଲିସ। ଶନିବାର ବିଳମ୍ବିତ ରାତିରେ ରାମ ମନ୍ଦିର ସମ୍ମୁଖରୁ ଚୋରି ହୋଇଥିଲା ଦେଢ଼ ବର୍ଷର ଶିଶୁ। ଦୃଷ୍ଟିବାଧିତ ମାଆ କୋଳରୁ ହୋଇଥିଲା ଶିଶୁ ଚୋରି। ଶିଶୁପୁତ୍ରକୁ ଉଦ୍ଧାର ସହ ଅପହରଣକାରୀ ଗିରଫ ହୋଇଛି। ସିସିଟିଭି କ୍ୟାମେରା ଫୁଟେଜ ଅନୁସାରେ ଅପରାଧି ଶିଶୁକୁ ନେଇଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା। ସ୍ୱତନ୍ତ୍ର ଟିମ୍ ଗଠନ କରି ଓଡ଼ିଶା ଓ ବାହାରେ ଚଢ଼ାଉ କରିଥିଲା ପୋଲିସ୍।