ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଓୟୁଏଟି ପକ୍ଷରୁ ମାର୍ଗଦର୍ଶିକା ଜାରି
ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଓଡ଼ିଶା କୃଷି ଓ ବୈଷୟିକ ବିଶ୍ଵିବିଦ୍ୟାଳୟ (ଓୟୁଏଟି) ପକ୍ଷରୁ ମାର୍ଗଦର୍ଶିକା ଜାରି ହୋଇଛି। କଟା ଧାନକୁ ସୁରକ୍ଷିତ ସ୍ଥାନକୁ ନେବା ପାଇଁ ପରାମର୍ଶ ଦିଆଯାଇଛି। ବାତ୍ୟା ପରେ ଅମଳ କରିବାକୁ ଚାଷୀ ମାନଙ୍କୁ ପରାମର୍ଶ ଦିଆଯାଇଛି। ପନିପରିବାରେ ରୋଗ ପୋକ ଲାଗିବା ସମ୍ଭାବନା ଥିବାରୁ କୀଟନାଶକ ପ୍ରୟୋଗ କରିବାକୁ କହିଛନ୍ତି ବିଶ୍ଵବିଦ୍ୟାଳୟର କୁଳପତି ଡାକ୍ତର ପ୍ରଭାତ ରାଉଳ।