ଚନ୍ଦକା ଓ ଶିମିଳିପାଳରେ ହାତୀ ମୃତ୍ୟୁ
ଭୁବନେଶ୍ୱର: ଭୁବନେଶ୍ୱର ଉପକଣ୍ଠ ଚନ୍ଦକା ଗୋଡ଼ିବାରିରେ ଅସୁସ୍ଥ ହାତୀଛୁଆର ମୃତ୍ୟୁ ହୋଇଛି। ଚିକିତ୍ସାଧୀନ ଅବସ୍ଥାରେ ୩ ବର୍ଷର ହାତୀଛୁଆର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ବଲାଙ୍ଗିର ଦେଓଗାଁରୁ ଅଣାଯାଇଥିଲା ଗୋଠଛଡ଼ା ହାତୀଛୁଆ। ସପ୍ତାହେ ହେବ ନନ୍ଦନକାନନ ଓ OUAT ଟିମ୍ ଦ୍ବାରା ଚାଲିଥିଲା ଚିକିତ୍ସା। ସେହିପରି ମୟରଭଞ୍ଜ ଜିଲ୍ଲା ଶିମିଳିପାଳ ଅଭୟାରଣ୍ୟରେ ହାତୀ ଛୁଆର ମୃତଦେହ ଉଦ୍ଧାର ହୋଇଛି। ସାଉଥ ଡିଭିଜନ ଜେନାବିଲ ରେଞ୍ଜ କାର୍ଯ୍ୟାଳୟ ନିକଟରେ ମୃତଦେହ ଦେଖିବାକୁ ମିଳିଥିଲା। ହାତୀ ଛୁଆ ବର୍ଷକର ହୋଇଥିବା ଅନୁମାନ କରାଯାଉଛି।