୧୨ ପ୍ରସ୍ତାବକୁ କ୍ୟାବିନେଟ୍ ମଞ୍ଜୁରୀ
ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ୧୨ଟି ପ୍ରସ୍ତାବକୁ ମିଳିଲା କ୍ୟାବିନେଟ୍ ମଞ୍ଜିରୀ। ବୁଣାକାର ପାଇବେ ଅଧିକ ସହାୟତା। ପ୍ରତି ମାସରେ ମିଳିବ ୨୦୦୦ ରୁ ୨୫୦୦ ଟଙ୍କା। ସୂଚନା ଅନୁଯାୟୀ, ୮୦ ବର୍ଷରୁ ଅଧିକ ବୟସ୍କ ବୁଣାକାର ପାଇବେ ଅଧିକ ସହାୟତା। ସ୍ଵୟଂ ସହାୟକ ଗୋଷ୍ଠୀ ୟୁନିଫର୍ମ ପାଇଁ ମିଳିବ ୧୦୦୦ ଟଙ୍କା। ଏଥି ପାଇଁ ୩୦ କୋଟି ଟଙ୍କା ମଞ୍ଜୁର ହୋଇଛି। ପ୍ରତି ପଞ୍ଚାୟତ, ବ୍ଲକ୍ ଓ ଜିଲ୍ଲା ସ୍ଵୟଂ ସହାୟକ ଗୋଷ୍ଠୀ ପାଇବେ ଏହି ସୁବିଧା।