ଲୋକସଭା - ରାଜ୍ୟସଭା ମିଳିତ ଅଧିବେଶନକୁ ସମ୍ବୋଧିତ କଲେ ରାଷ୍ଟ୍ରପତି

Jun 27, 2024 - 16:11
 16
ଲୋକସଭା - ରାଜ୍ୟସଭା ମିଳିତ ଅଧିବେଶନକୁ ସମ୍ବୋଧିତ କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ: ଲୋକସଭା - ରାଜ୍ୟସଭା ମିଳିତ ଅଧିବେଶନକୁ ସମ୍ବୋଧିତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ନବ ନିର୍ବାଚିତ ସାଂସଦଙ୍କୁ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଓ କହିଲେ ଯେ ଏଥର କାଶ୍ମୀର ଘାଟିରେ ରେକର୍ଡ ସଂଖ୍ୟକ ମତଦାନ ହୋଇଛି। ଚାରି ଦଶକରୁ ଏଠାରେ ମତଦାନ ପ୍ରତିଶତ କମ୍ ରହୁଥିଲା। ସେ କହିଲେ ଯେ ଦେଶରେ ପୁଣି ଥରେ ସ୍ଥିର ଓ ବହୁମତ ସରକାର ଗଠନ ହୋଇଛି। ମୋ ସରକାର ଉପରେ ଲୋକ ତୃତୀୟ ଥର ଭରୋସା କରିଛନ୍ତି। ସମାଜର ସବୁ ବର୍ଗ ପାଖରେ ବିକାଶ ପହଞ୍ଚିବ।