ଜୁଲାଇ ୧୪ ରେ ରତ୍ନ ଭଣ୍ଡାର ଖୋଲିବାକୁ ପ୍ରସ୍ତାବ

ପୁରୀ: ଜୁଲାଇ ୧୪ ତାରିଖରେ ରତ୍ନ ଭଣ୍ଡାର ଖୋଲିବାକୁ ଓଡ଼ିଶା ସରକାରଙ୍କୁ ପ୍ରସ୍ତାବ ଦିଆଯିବ ବୋଲି ରତ୍ନ ଭଣ୍ଡାର ତଦାରଖ କମିଟି ପକ୍ଷରୁ ସୁଚନା ଦିଆଯାଇଛି। ଚାବି ଖୋଲୁ କି ନ ଖୋଲୁ ରତ୍ନ ଭଣ୍ଡାର ଯେକୌଣସି ମତେ ଖୋଲିବ। କେବଳ ସରକାରଙ୍କ ଅନୁମତି ପାଇଁ ଆମେ ଅପେକ୍ଷା କରିଛୁ ବୋଲି ଜଷ୍ଟିସ ବିଶ୍ଵନାଥ ରଥ ସୂଚନା ଦେଇଛନ୍ତି। ରତ୍ନ ଭଣ୍ଡାରରେ ଥିବା ଅଳଙ୍କାର ଗଣତିମଣତି ହେଉଛି ଲମ୍ବା ପ୍ରକ୍ରିୟା। ଅଳଙ୍କାର ଗଣତି ପାଇଁ ଆସିବେ ସ୍ଵତନ୍ତ୍ର ବଣିଆ। ଅସ୍ଥାୟୀ ରତ୍ନ ଭଣ୍ଡାରରେ ଅଳଙ୍କାର ରଖାଯିବ। ଅଳଙ୍କାର ସ୍ଥାନାନ୍ତର ପାଇଁ ଜାଗା ଚିହ୍ନଟ ହୋଇଛି।