ଅଙ୍ଗନବାଡି଼ ସୁପରଭାଇଜର ପାଇଁ ସ୍ନାତକ ଆବଶ୍ୟକ

Apr 23, 2025 - 18:45
 9
ଅଙ୍ଗନବାଡି଼ ସୁପରଭାଇଜର ପାଇଁ ସ୍ନାତକ ଆବଶ୍ୟକ

ଭୁବନେଶର: ଏଣିକି ଅଙ୍ଗନବାଡି଼ ସୁପରଭାଇଜର ପାଇଁ ଏଣିକି ସ୍ନାତକ ଆବଶ୍ୟକ। ପୁର୍ବରୁ ଏହା ମାଟ୍ରିକ ଥିଲା। ଆଜି ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧକ୍ଷତରେ ଅନୁଷ୍ଠିତ ହୋଇଥିବା ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। କ୍ୟାବିନେଟ ବୈଠକରେ ୬ଟି ପ୍ରସ୍ତାବକୁ ମିଳିଛି ମଞ୍ଜୁରୀ। ଆନନ୍ଦପୁର ମେଗା ଜଳସେଚନ ପାଇଁ ୧୦୮ କୋଟି ମଞ୍ଜୁରୀ ହୋଇଛି। ୧୦୮ ଆମ୍ବୁଲାନ୍ସ ପାଇଁ ୫ ବର୍ଷରେ ଖର୍ଚ୍ଚ ହେବ ୨୩୯୮ କୋଟି। ଅନୁସୂଚିତ ଜାତି ଓ ଜନଜାତି ବିଭାଗରେ ୨୪ଟି ପଦବୀ ସୃଷ୍ଟି ପାଇଁ ନିଆଯାଇଛି ନିଷ୍ପତ୍ତି। ଅବକାରୀ ବିଭାଗ ନିୟମ ୨୦୧୭ ମଧ୍ୟ ସଂଶୋଧନ କଲେ ସରକାର।