ସାମ୍ଭାବ୍ୟ ବାତ୍ୟା ପାଇଁ ବିଦ୍ୟୁତ ଓ ପାନୀୟ ଜଳ ଯୋଗାଣ ଉପରେ ମୂଖ୍ୟମନ୍ତ୍ରୀଙ୍କ ଗୁରୁତ୍ଵ

Oct 21, 2024 - 21:37
 9

ଭୁବନେଶ୍ୱର: ଆଲର୍ଟରେ ଅଛନ୍ତି ଓଡ଼ିଶାର ସମସ୍ତ ଜିଲ୍ଲାର ଜିଲ୍ଲାପାଳ । ବିଦ୍ୟୁତ ଓ ପାନୀୟ ଜଳ ଯୋଗାଣ ଉପରେ ଦିଆଯାଇଛି ଗୁରୁତ୍ଵ। ହସ୍ପିଟାଲରେ ଜାରି ରହିବ ନିରବଚ୍ଛିନ୍ନ ସେବା ଓ ପ୍ରସ୍ତୁତ ହୋଇ ରହିଛି ବାତ୍ୟା ଆଶ୍ରୟସ୍ଥଳ। ବାତ୍ୟା ସ୍ଥିତିର ମୁକାବିଲା ପାଇଁ ସରକାର ପ୍ରସ୍ତୁତ ବୋଲି ସ୍ଥିତି ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏହି ସୂଚନା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଜନସାଧାରଣ ଭୟଭୀତ ହେବାର କାରଣ ନାହିଁ।