ଆଜିଠୁ ମାର୍କେଟ ବିଲ୍ଡିଂ ବନ୍ଦ

Jul 17, 2023 - 17:11
Aug 24, 2023 - 14:52
 6
ଆଜିଠୁ ମାର୍କେଟ ବିଲ୍ଡିଂ ବନ୍ଦ

ଭୁବନେଶ୍ୱର : ଆଜିଠୁ ଅନିଦ୍ଦିଷ୍ଟ କାଳ ପାଇଁ ବନ୍ଦ ରହିବ ମାର୍କେଟ ବିଲ୍ଡିଂ । ଧାରଣାରେ ବସିବେ ୧୬୫ ବ୍ୟବସାୟୀ । ମାକେଟ ବିଲ୍ଡିଂ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛି ସେଣ୍ଟ୍ରାଲ ମାର୍କେଟ ବ୍ୟବସାୟୀ ସଂଘ । ମାର୍କେଟ ବିଲ୍ଡିଂ ପରିସରରେ ଥିବା ସ୍ଥାୟୀ ଓ ଅସ୍ଥାୟୀ ବିବାଦର ସମାଧାନ ହୋଇପାରିନାହିଁ । ମସସ୍ୟା ସମାଧାନ ଲାଗି ସେଣ୍ଟ୍ରାଲ ମାର୍କେଟ ବ୍ୟବସାୟୀ ସଂଘ ପକ୍ଷରୁ ବିଏମସିକୁ ତିନି ଦିନ ସମୟ ଦିଆଯାଇଥିଲା । ପ୍ରତିଶ୍ରୁତି ମୁତାବକ, ଉଠାଦୋକାନୀମାନଙ୍କୁ ବିଏମସି ଉଠାଇପାରିନଥିବାରୁ ଆଜିଠୁ ମାର୍କେଟ ବିଲ୍ଡିଂ ବନ୍ଦ ରଖିଛି ବ୍ୟବସାୟୀ ସଂଘ । ବିବାଦ ସମାଧାନ ନହେବା ପର୍ଯ୍ୟନ୍ତ ମାର୍କେଟ ବନ୍ଦ ରହିବ ବୋଲି ସଂଘ ପକ୍ଷରୁ କୁହାଯାଇଛି ।