ଆଦିଶକ୍ତି ଚାରିଟେବୁଲ ଟ୍ରଷ୍ଟ ଇଣ୍ଡିଆ ପକ୍ଷରୁ ମା ଭକ୍ତଙ୍କ ରାଜ୍ୟସ୍ତରୀୟ ସମ୍ମିଳନୀ ଅନୁଷ୍ଠିତ

Sep 10, 2023 - 20:09
 5
ଆଦିଶକ୍ତି ଚାରିଟେବୁଲ ଟ୍ରଷ୍ଟ ଇଣ୍ଡିଆ ପକ୍ଷରୁ ମା ଭକ୍ତଙ୍କ ରାଜ୍ୟସ୍ତରୀୟ ସମ୍ମିଳନୀ ଅନୁଷ୍ଠିତ

ଭୁବନେଶ୍ବର : ବିଶ୍ବ ବ୍ରହ୍ମାଣ୍ଡ ଆଜି ଚଳଚଞ୍ଚଳ, ସାରା ବିଶ୍ବକୁ ହାତମୁଠାରେ ରଖିବାକୁ ବିଶ୍ବବାସୀୱପ୍ରତିଯୋଗିତାରେ ବ୍ୟସ୍ତ। ଏହାରି ଭିତରେ ମାନବ ସମାଜ ଭିତରେ ଆଧ୍ୟ୍ୟାତ୍ମିକ ଚେତନାର ଘୋର ସଙ୍କଟ ଦେଇ ଗତି କରୁଚି ା ସାରାବ୍ରହ୍ମାଣ୍ଡର ସ୍ରୁଷ୍ଟି ମାଆଙ୍କ ଆଶୀର୍ବାଦ ରୁ ଆସନ୍ତୁ କିଛି ସମୟ ଆମେ ଆମର ସ୍ରଷ୍ଟା ମା ଆଦିଶକ୍ତିଙ୍କ ପାଇଁ ଦେଇ ତାଙ୍କର କୃପା ଲାଭ କରିବାପାଇଁ ଆଦିଶକ୍ତି ଚାରିଟେବୁଲ ଟ୍ରଷ୍ଟ ଇଣ୍ଡିଆ ପକ୍ଷରୁ ଭୁବନେଶ୍ୱର ଉତ୍କଳ ରଙ୍ଗମଞ୍ଚ ଠାରେ ଆୟୋଜିତ ରାଜ୍ୟସ୍ତରୀୟ ସମ୍ମିଳନୀରେ ଯୋଗଦେଇ ବିଶିଷ୍ଟ ବ୍ୟକ୍ତିମାନେ ମତବ୍ୟକ୍ତ କରିଛନ୍ତି ା ପ୍ରତିବର୍ଷ ଭଳି ଏହି ବର୍ଷ ମଧ୍ୟ ଟ୍ରଷ୍ଟ ପକ୍ଷରୁ ଏକ ବହୁରୂପା ପତ୍ରିକା ମଧ୍ଯ ପ୍ରକାଶ ପାଇ ଥିଲା । ଏହି କାର୍ଯ୍ୟକ୍ରମରେ ଶ୍ରୀଯୁକ୍ତ ରାମଚନ୍ଦ୍ର ଦାସ ମହାପାତ୍ର (ମା ସୁଭଦ୍ରାଙ୍କ ବାଡଗ୍ରାହି) ମୁଖ୍ୟ ଅତିଥି ଭାବେ ଓ ଡ ଆରତି କର ସମ୍ମାନୀୟ ଅତିଥି ଭାବେ ଯୋଗ ଦେଇ ଥିଲେ ସଭାପତି ନାରାୟଣ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସମ୍ପାଦକ ଉମାନାଥ ମିଶ୍ର ଅନୁଷ୍ଠାନର ଉଦ୍ଦେଶ୍ୟ ବିଷୟରେ ସୂଚନା ଦେଇଥିଲେ । ଚନ୍ଦ୍ର ଶେଖରପୁର ଦୁର୍ଗା ପୂଜା ଓ ଭସାଣି କମିଟିର ସଭାପତି ମଧୁ ମାଧବ ଜେନା ,ପୂର୍ବାଞ୍ଚଳ ଶାନ୍ତି କମିଟି କଟକ ଓ ଖାନନଗର ଦୁର୍ଗା ପୂଜାର ସମ୍ପାଦକ ଶ୍ରୀଯୁକ୍ତ ପ୍ରଫୁଲ୍ଲ କୁମାର ସାହୁ, ଶ୍ରୀମତୀ ସଞ୍ଚିତା ମହାନ୍ତି ସଭାପତି ଶ୍ରୀଜଗନ୍ନାଥ ସଂସ୍କୃତି ପରିଷଦ ପ୍ରମୁଖ ଯୋଗ ଦେଇ ମା ଆଦିଶକ୍ତିଙ୍କ କାର୍ଯ୍ୟ ପାଇଁ ସମସ୍ତେ ଏକ ମନ ଏକ ଆତ୍ମା ହୋଇ କାମ କରିବାକୁ ଆହ୍ଵାନ ଦେଇଥିଲେ । ଡ଼ ଆରତୀ କର କ୍ଷେତ୍ରେଶ୍ୱରୀ ମା ବିମଳାଙ୍କ ବିଷୟ ସମସ୍ତଙ୍କୁ ଅବଗତ କରାଇଥିଲେ, ମୁଖ୍ୟ ଅତିଥି ଶ୍ରୀଯୁକ୍ତ ରାମଚନ୍ଦ୍ର ଦାଶ ମହାପାତ୍ର ମାତୃ ଶକ୍ତି ବିଷୟ ରେ ରୋଚକ ପୂର୍ଣ୍ଣ ତଥ୍ଯ ସଭାରେ କହିଥିଲେ । ମାଙ୍କ ପ୍ରଚାର ଓ ପ୍ରସାର ନିମନ୍ତେ ଆଦିଶକ୍ତି ଟିଭି ଓ ମିଡିଆର ୟୁ ଟ୍ୟୁବ ଚାନେଲ ଲୋକାର୍ପଣ କରା ଯାଇଥିଲା । ଏହି କାର୍ଯ୍ୟକ୍ରମରେ ଏହି ଅବସରରେ ଟ୍ରଷ୍ଟ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ "ମାତା କା ଜାଗରଣ" ଦୀପକ ବାଜୋରିଆ ଏବଂ ସାଥୀ ମାନଙ୍କ ଦ୍ଵାରା ପରିବେଷଣ କରାଯାଇଥିଲା । ଏହା ସମସ୍ତଙ୍କୁ ଆନନ୍ଦ ଦେଇଥିଲା, ଶେଷରେ କୋଷାଧକ୍ଷ ବିପିନ ବିହାରୀ ସାହୁ ସମସ୍ତଙ୍କୁ ଧନ୍ଯବାଦ ଅର୍ପଣ କରିଥିଲେ, ଆଜିର କାର୍ଯ୍ୟକ୍ରମ ରେ ଉପ ସଭାପତି ଇ ଦିଲ୍ଲୀପ ପଟ୍ଟନାୟକ, ରଞ୍ଜନ କୁମାର ସାମଲ ମିଡିଆ ପ୍ରଭାରୀ ମନୋଜ ରାଉଳ, ଉପଦେଷ୍ଟା ସୁବାସ ଜଗତି, ଦୀପକ ରାଉତ ଅଜୟ କୁମାର ନାୟକ, ଅଚ୍ୟୁତ ପ୍ରସାଦ ବେହେରା ଆଦର୍ଶ ପଟ୍ଟନାୟକ, ରାହୁଲ ପଳେଇ ଶ୍ରୀନିବାସ ରାଓ, ସୋନୁ ସାହୁ, ଜଗବନ୍ଧୁ ନାୟକ,ଅଭିଷେକ ପ୍ରଧାନ, ସୁନୀଲ ସାହୁ, ମନୋରଞ୍ଜନ ପଳେଇ,ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।