ବିବେକାନନ୍ଦ ଶିକ୍ଷାକେନ୍ଦ୍ର ଜଗନ୍ନାଥ ନଗରରେ ଶିଶୁ ଦିବସ ପାଳିତ

Nov 14, 2024 - 22:39
 4
ବିବେକାନନ୍ଦ ଶିକ୍ଷାକେନ୍ଦ୍ର ଜଗନ୍ନାଥ ନଗରରେ ଶିଶୁ ଦିବସ ପାଳିତ

ଭୁବନେଶ୍ଵର: ଭୁବନେଶ୍ଵର ଜଗନ୍ନାଥ ନଗରସ୍ଥିତ ବିବେକାନନ୍ଦ ଶିକ୍ଷାକେନ୍ଦ୍ରଠାରେ ଶିଶୁ ଦିବସ ପାଳିତ ହୋଇଯାଇଛି। ପ୍ରଫେସର ଗୌରାଙ୍ଗ ଚରଣ ନନ୍ଦଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପିଲାମାନଙ୍କ ମଧ୍ୟରେ ବକ୍ତୃତା, ନାଚ ଗୀତ ଆଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ଲର୍ଡ ଜଗନ୍ନାଥ ମିଶନ ଟ୍ରଷ୍ଟର ମ୍ୟାନେଜିଂ ଟ୍ରଷ୍ଟି ବୈରାଗୀ ଚରଣ ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସ୍କୁଲର ପ୍ରିନ୍ସିପାଲ ଧର୍ମେନ୍ଦ୍ର ବିଶ୍ଵାଳ ନିଜ ବକ୍ତବ୍ୟରେ ଉତ୍ତମ ପାଠପଢା ସହ ପିଲାମାନଙ୍କର ବୌଦ୍ଧିକ ବିକାଶ ଉପରେ ଗୁରୁତ୍ୱ ଦେଇଥିଲେ। ସ୍କୁଲର ଟ୍ରଷ୍ଟି ସ୍ୱର୍ଶଲତା ମହାତି ପିଲାମାନଙ୍କର ଭବିଷ୍ୟତ ଗଠନରେ ଚରିତ୍ର ଗଠନ ଉପରେ ଆଲୋକପାତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସତ୍ୟାନନ୍ଦ ରାଜ, ଗୀତାଞ୍ଜଳି ମିଶ୍ର, ହୃଦାନନ୍ଦ ବେଉରା ଏବଂ ଯଶୋବନ୍ତ ସାହୁ ପ୍ରମୁଖ ଯୋଗ ଦେଇଥିଲେ ।