ୱିନର ଆସୋସିଏସନ ପକ୍ଷରୁ ଆୟୋିଜିତ ହେବାକୁ ଥିବା ଗଣେଶ ମହୋତ୍ସବରେ ଗଜାନନଙ୍କର ୪୬ ଫୁଟ ମୂର୍ତ୍ତୀ ଓ ରୂପା ରେ ତିଆରି ଆଶୀର୍ବାଦ ହାତ ମୂଖ୍ୟ ଆକର୍ଷଣ

Sep 10, 2023 - 20:06
 122
ୱିନର ଆସୋସିଏସନ ପକ୍ଷରୁ ଆୟୋିଜିତ ହେବାକୁ ଥିବା ଗଣେଶ ମହୋତ୍ସବରେ ଗଜାନନଙ୍କର ୪୬ ଫୁଟ ମୂର୍ତ୍ତୀ ଓ ରୂପା ରେ ତିଆରି ଆଶୀର୍ବାଦ ହାତ ମୂଖ୍ୟ ଆକର୍ଷଣ

ଭୁବନେଶ୍ୱର: ର୍ୱିନର ଆସୋସିଏସନ ପକ୍ଷରୁ ୨୦୧୦ ମସିହାରୁ ବିଘ୍ନରାଜ ଗଜାନନ ପୁଜା ଶାନ୍ତି ଶୃଙ୍ଖଳାର ସହିତ ହୋଇ ଆସୁଛି। ଅନୁଷ୍ଠାନ ଗତ ୯ ବର୍ଷ କାଳ ଧରି ଓଡ଼ିଶା ରେ ବଡ଼ ଗଣେଶ କରୁଥିବା ଅନୁଷ୍ଠାନ ଭାବେ ପରିଚିତ। ବାହ୍ୟ ଆଡ଼ମ୍ବର ରେ ନ ମାତି ପ୍ରଭୁ ଗଣେଶ ଙ୍କ ପୂଜାର୍ଚ୍ଚନା ରୀତି ନୀତି କିପରି ଠିକ ହୋଇ ପାରିବ ସର୍ବଦା ଚେଷ୍ଟା କରାଯାଇଥାଏ। ଚଳିତ ବର୍ଷ ପ୍ରଭୁ ଗଜାନନ ଙ୍କର ଆଶୀର୍ବାଦ ହାତ ଟି ରୂପା ରେ ତିଆରି କରାଯାଇଛି ଓ ମୂର୍ତ୍ତୀ ର ଉଚତା ୪୬ ଫୁଟ ରହିଛି। ସାଂସ୍କୃତିକ ଓ ମନୋରଞ୍ଜନ କାର୍ଯ୍ୟକ୍ରମ ର ମଧ୍ଯ ଆୟୋଜନ କରାଯାଇଛି। ଚଳିତ ବର୍ଷ ଗଣେଶ ଙ୍କର କାଳୀୟ ଦଳନ ରୂପ କରାଯାଇଛି ଏବଂ ତାଙ୍କ ପାଖରେ ୭୧ କେଜି ଲଡୁ ମଧ୍ଯ ରଖିବାର ବ୍ୟବସ୍ଥା କରାଯାଇଛି ବୋଲି ମୁଖ୍ୟ ଉପଦେଷ୍ଟା ଉମାନାଥ ମିଶ୍ର, ଉପଦେଷ୍ଟା ଡ ନାରାୟଣ ମହାପାତ୍ର, ଜାଗା ମିଶନର ଉପଦେଷ୍ଟା ଶ୍ରୀମତୀ ସାସ୍ୱତୀ ମିଶ୍ର ଓ ମଳୟ ରଞ୍ଜନ ମହାପାତ୍ର ସୂଚନା ଦେଇଛନ୍ତି ।