ଚନ୍ଦ୍ରାୟାନ-3 ମହାକୁଇଜ ପ୍ରତିଯୋଗିତାରେ କୋରାପୁଟର ଯୁବ ଅଧ୍ୟାପକ ତ୍ରିନାଥ ପଟ୍ଟନାୟକଙ୍କ କୃତିତ୍ୱ
କୋରାପୁଟ : myGov ତରଫରୁ ଚନ୍ଦ୍ରାୟାନର ସଫଳ ଯାତ୍ରା ଉପଲକ୍ଷେ ଚନ୍ଦ୍ରାୟାନ-3 ମହାକୁଇଜ ପ୍ରତିଯୋଗିତା ଆୟୋଜିତ ହୋଇଯାଇଅଛି l ଏହି ପ୍ରତିଯୋଗିତାରେ କୋରାପୁଟର ଯୁବ ଅଧ୍ୟାପକ ତ୍ରିନାଥ ପଟ୍ଟନାୟକ ଅଂଶଗ୍ରହଣ କରି କୃତିତ୍ୱ ଅର୍ଜନ କରିଥିବାରୁ ତ୍ରିନାଥଙ୍କୁ myGov ତରଫରୁ ପ୍ରମାଣ ପତ୍ର ପ୍ରଦାନ କରାଯାଇ ଶୁଭେଚ୍ଛା ଜ୍ଞାପନ କରାଯାଇଅଛି l ଏହି ପ୍ରମାଣ ପତ୍ର ପ୍ରାପ୍ତ ହୋଇଥିବାରୁ (CBPO),ISRO(ଇସ୍ରୋ)ର ନିର୍ଦ୍ଧେଶକ ଶ୍ରୀ ଏନ ସୁଧୀର କୁମାର ଏବଂ MyGovର ସିଇଓ ଶ୍ରୀ ଆକାଶ ତ୍ରିପାଠୀଙ୍କୁ ଯୁବ ଅଧ୍ୟାପକ ତ୍ରିନାଥ ଅଶେଷ ଧନ୍ୟବାଦ ଅର୍ପଣ କରିଥିବା ଦେଖିବାକୁ ମିଳିଅଛି l