ଭୁବନେଶ୍ୱରରେ ୧୧ ମାସର ଶିଶୁକୁ ଅପହରଣ
ଭୁବନେଶ୍ୱର: ଭୁବନେଶ୍ୱର ପଟିଆ ଷ୍ଟେସନ୍ ନିକଟରୁ ୧୧ ମାସର ଶିଶୁକୁ ଅପହରଣ କରାଯାଇଛି। ମା' କୋଳରୁ ଶିଶୁକୁ ଛଡ଼ାଇ ନେଇ ଏକ ଧଳା ରଙ୍ଗର କ୍କାର୍ ରେ ଫେରାର ହୋଇଗଲେ ଦୁର୍ବୃତ୍ତ। ଏହି ଅଭିଯୋଗ ପରେ କମିଶନରେଟ ପୋଲିସ ପକ୍ଷରୁ ବିଭିନ୍ନ ଛକରେ ବ୍ଲକିଂ କରାଯାଇ ଧଳା ଗାଡ଼ି ଯାଞ୍ଚ କରାଯାଉଛି।