ବନିତା ଆକ୍ଟିଭିଟି ସ୍କୁଲର ବାର୍ଷିକ ଉତ୍ସବ ପାଳିତ
କୋରାପୁଟ :( ରିପୋର୍ଟ ତ୍ରିନାଥ ପଟ୍ଟନାୟକ ): ବନିତା ଆକ୍ଟିଭିଟି ସ୍କୁଲର ତୃତୀୟ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି। ଅନୁଷ୍ଠାନର ଅଧ୍ୟକ୍ଷା ବନିତା ମହାପାତ୍ରଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜୟପୁର ବ୍ଲକ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ମନୋଜ କୁମାର ନାୟକ ଓ ଜିଲ୍ଲା ଶିକ୍ଷା ପ୍ରଶିକ୍ଷଣ ପ୍ରତିଷ୍ଠାନର ଅଧ୍ୟକ୍ଷ ଶ୍ରୀଯୁକ୍ତ ରୂପ ଚନ୍ଦ୍ର ସୋରେନ , ମୁଖ୍ୟ ବକ୍ତା ଭାବେ ଜିଲ୍ଲା ଜୁନିୟର ରେଡ଼କ୍ରସ ଅଧିକାରୀ ଯଜ୍ଞେଶ୍ଵର ପଣ୍ଡା ଏବଂ ସମ୍ମାନିତ ଅତିଥି ଭାବେ ଯଥାକ୍ରମେ ଜୟପୁର ଗୋଷ୍ଠୀ ଶିକ୍ଷା ଅଧିକାରୀ ଚନ୍ଦନ କୁମାର ନାୟକ , କୁନ୍ଦ୍ରା ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ୟାମ ମେହେର , ରେଡ ଉଡ଼ ଇଂରାଜୀ ବିଦ୍ୟାଳୟର ଅଧ୍ୟକ୍ଷା ଅନିତା ଦାସ , ସମାଜ ସେବୀ ଶାନ୍ତିଲତା ବେହେରା , ମୀରା ଡ୍ୟାନ୍ସ ଗ୍ରୁପର ନିର୍ଦେଶକ ପଞ୍ଚାନନ ମିଶ୍ର ଉପସ୍ଥିତ ରହି ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହିତ କରିବା ସହିତ ପୁରସ୍କାର ପ୍ରଦାନ କରିଥିଲେ। ଏହି ଅବସରରେ ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା। ସର୍ବଶେଷରେ ଅନୁଷ୍ଠାନର ନିର୍ଦେଶକ ଶିବାଶିଷ ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର କର୍ମକର୍ତ୍ତା, ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଅଭିଭାବକ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ।