"କମର୍ସ ଆସୋସିଏସନ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ
ବ୍ରହ୍ମପୁର : ( ରିପୋର୍ଟ ତ୍ରିନାଥ ପଟ୍ଟନାୟକ ): ବ୍ରହ୍ମପୁର ସହର ର ପ୍ରମୁଖ ବାଣିଜ୍ୟ ଶିକ୍ଷାନୁଷ୍ଠାନ ଗୁଡିକର ଅଧକ୍ଷ ମାନଙ୍କୁ ନେଇ ଏକ ମହତ୍ୱପୂର୍ଣ୍ଣ ଆଲୋଚନା ହୋଇଯାଇଛି l ଏହି ଆଲୋଚନା ରେ କମର୍ସ କ୍ଷେତ୍ର ରେ ଅଗ୍ରଣୀ ଥିବା ବ୍ରହ୍ମପୁର ସହର କୁ କିଭଳି ଏହି କ୍ଷେତ୍ରରେ ଅଧିକ ରୁ ଅଧିକ ଉନ୍ନତି କରିପାରିବ ସେ ନେଇ ବିଶେଷ ଭାବେ ଆଲୋକପାତ କରାଯାଇଛି l ଏହି ଅବସରରେ କମର୍ସ ଆସୋସିଏସନ,( ବ୍ରହ୍ମପୁର) ର ସଭାପତି ତଥା ଟି. ଏନ. ଟି. ସ୍କିଲ ସେଣ୍ଟର ର ମୁଖ୍ୟ ଶ୍ରୀ ଅଜୟ କୁମାର ଦ୍ବିବେଦୀ, ସମ୍ପାଦକ ଶ୍ରୀ ସମୀର ତ୍ରିପାଠୀ, ଗଞ୍ଜାମ କୋଚିଂ ର ମୁଖ୍ୟ ପ୍ରଜ୍ଞା ଦାସ,ବସନ୍ତ ଏକାଡେମୀ ର ମୁଖ୍ୟ ବସନ୍ତ ସାହୁ, ତ୍ରିପାଠୀ ଟୁଇଟେରିଆଲ ର ମୁଖ୍ୟ ଶ୍ରୀ ସମୀର ତ୍ରିପାଠୀ, ଅନିଲ କମର୍ସ ର ମୁଖ୍ୟ ଶ୍ରୀ ହରି ପ୍ରସାଦ ରାଓ, ରୟାଲ କମର୍ସ ତଥା ଇନୋଭେଟିକ କମର୍ସ ର ମୁଖ୍ୟ ଶ୍ରୀ ଚିତ୍ତ ରଞ୍ଜନ ପଟନାୟକ, ଡାଇନାମିକ କମର୍ସ ମୁଖ୍ୟ ଶ୍ରୀ K. କୃଷ୍ଣମୂର୍ତ୍ତି ସାର, ୟୁ. ସି. ଆଇ ର ମୁଖ୍ୟ ରାଜେନ୍ଦ୍ର ରାଓ, ଭଳି ବରିଷ୍ଠ ଶିକ୍ଷାବିତ ମାନେ ମିଳିତ ହୋଇ ଆଗାମୀ ଦିନରେ ବ୍ରହ୍ମପୁର ସହର କୁ ସମଗ୍ର ଓଡିଶା ର କମର୍ସ ଶିକ୍ଷା ର ହବ କରିବା ନିମନ୍ତେ ସଂକଳ୍ପ ନେବା ସହ ବ୍ରହ୍ମପୁର ସହର କମର୍ସ ଶିକ୍ଷା ର ସ୍ୱର୍ଣ୍ଣିମ ଭବିଷ୍ୟତ ରେ କିଭଳି ସହାୟକ ହୋଇପାରିବ ସେ ନେଇ ମଧ୍ୟ ବିଷଦ ଆଲୋଚନା କରିଥିଲେ l