ଜି୨୦ କୃଷି ମନ୍ତ୍ରୀସ୍ତରୀୟ ବୈଠକ ଅନୁଷ୍ଠିତ

Jun 16, 2023 - 19:43
 52
ଜି୨୦ କୃଷି ମନ୍ତ୍ରୀସ୍ତରୀୟ ବୈଠକ ଅନୁଷ୍ଠିତ

ଭୁବନେଶ୍ୱର:- ହାଇଦ୍ରାବାଦରେ ଜି୨୦ କୃଷି ମନ୍ତ୍ରୀସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜି୨୦ ସଦସ୍ୟ ରାଷ୍ଟ୍ର, ଆମନ୍ତ୍ରୀତ ଦେଶ ଏବଂ ୧୦ଟି ଆନ୍ତର୍ଜାତୀୟ ସଂଗଠନର ୨୦୦ରୁ ଅଧିକ ପ୍ରତିନିଧି ଅଂଶଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଦେଶର କୃଷି ମନ୍ତ୍ରୀ ଏବଂ ଆନ୍ତର୍ଜାତୀୟ ସଂଗଠନର ମହାନିର୍ଦ୍ଦେଶକ ଅଂଶଗ୍ରହଣ କରିଥିଲେ । ଏହି ସମ୍ମିଳନୀରେ ଏକ କୃଷି ଭିତିକ ପ୍ରଦର୍ଶନୀ ଉଦ୍‌ଘ।।ଟନ କରାଯାଇଥିଲା ଯେଉଁଥିରେ କୃଷି ଏବଂ ସହଯୋଗୀ କ୍ଷେତ୍ରରେ ଭାରତର ସଫଳତା ପ୍ରଦର୍ଶିତ କରାଯାଇଛି । ଏହି ବୈଠକରେ କୃଷି କ୍ଷେତ୍ରରେ ଆଧୁନିକ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ସମ୍ବନ୍ଧୀୟ ଆଲୋଚନା କରାଯାଇଥିôଲା । ଲୋକମାନଙ୍କ ମଧ୍ୟରେ ନୂତନ ପ୍ରଯୁକ୍ତିବିଦ୍ୟା ବିଷୟରେ ସଚେତନତା ସୃଷ୍ଟି କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା । ଜି୨୦ ପ୍ରତିନିଧିମାନେ ଖାଦ୍ୟ ସୁରକ୍ଷା, ମିଲେଟ୍‌, ଜଳବାୟୁ-ସ୍ମାର୍ଟ କୃଷି, ଡିଜିଟାଲ ପରିବର୍ତନ ଏବଂ ଏହାର ପ୍ରମାଣ ଭଳି ପ୍ରମୁଖ ବିଷୟବସ୍ତୁ ଉପରେ ଧ୍ୟାନ ଦେଇଥିଲେ । ବୈଠକ ପରେ ପ୍ରତିନିଧି ଦଳ ହାଇଦ୍ରାବାଦରେ ମିଲେଟ ଚାଷ ଏବଂ ଅତ୍ୟାଧୁନିକ ଅନୁସନ୍ଧାନ ଉପରେ ଆଇଆଇଏମ୍‌ଆରକୁ ଗସ୍ତ କରିବେ ।