କୁଏତ ରେ ଭାରତୀୟ ପ୍ରବାସୀ ପରିଷଦ ସଙ୍ଘର ନିର୍ବାଚନ ଅନୁଷ୍ଠିତ; ଶ୍ରୀଯୁକ୍ତ ବିଶ୍ଵ ରଞ୍ଜନ ସାହୁ ହେଲେ ସଭାପତି

କୁଏତ : ଭାରତୀୟ ପ୍ରବାସୀ ସଙ୍ଘ ତରଫରୁ ଶ୍ରୀଯୁକ୍ତ ବିଶ୍ଵ ରଞ୍ଜନ ସାହୁ ଭାରତୀୟ ପ୍ରବାସୀ ଓଡ଼ିଶା ସଂଘ ର ସଭାପତି ରୂପେ ନିର୍ବାଚିତ ସହିତ, ଭାରତୀୟ ପ୍ରବାସୀ ପରିଷଦ ର ସାମାଜିକ, ଜନ-କଲ୍ୟାଣ ର କେନ୍ଦ୍ରୀୟ ବୋର୍ଡ ରେ ମୁଖ୍ୟ- ସଂଜଯୋକ, ସଙ୍ଘ ର ନର୍ଥ ଈଷ୍ଟ୍ ଇଣ୍ଡିଆ ର ସଂଜଜୋକ ଦାୟିତ୍ଵ ଗ୍ରହଣ କରିଛନ୍ତି । ଏହା ସହିତ ବିଶ୍ଵ ଓଡିଶା ସମାଜ ସଙ୍ଘ କୁଏତରେ ସଭାପତି ରୁପେ ନିର୍ବାଚିତ କରାଯାଇଅଛି । ଶ୍ରୀଯୁକ୍ତ ସାହୁ, କୁଏତ ବିଭିନ୍ନ ଅନୁଷ୍ଠାନ ରେ ଜଡିତ ହେବା ସହିତ ଓଡ଼ିଶା ର ସଂକୃତି, କଳା, ଭାସ୍କରଯ୍ୟ କୁ ବିଦେଶରେ ବେଶ୍ ପ୍ରତିଫଳିନ କରିଛନ୍ତି ତା ସହିତ କରୋନା ସମୟରେ ପ୍ରବାସୀ ଓଡ଼ିଆ ଓ ଅଣ ଓଡିଆ ଙ୍କୁ ଭାରତରେ ରେ ପହଂଚାଇବା ତା ସହିତ ପ୍ରବାସୀ ଭାରତୀୟଙ୍କର ଅସହାୟ ଓ ଅସୁବିଧା ସମୟରେ ଯଦି ତାଙ୍କୁ କେହି ସାହାଯ୍ୟ ମାଗନ୍ତି, ସେ ନିସ୍ଵାର୍ଥ ପର ଭାବରେ ତାଙ୍କୁ ସାହାଯ୍ୟ କରନ୍ତି । ଯାହା ଫଳରେ ପ୍ରବାସୀ ଭାରତୀୟ ର ଦୀର୍ଘ ୨୦ ବର୍ଷ ଧରି ବିଶ୍ୱାସ ଓ ଭରଷାର ପରିଚୟ ସୃଷ୍ଟି କରିପାରିଛନ୍ତି । ଶ୍ରୀଯୁକ୍ତ ସାହୁ, ଗଲ୍ଫ ଦେଶ ର ଆନ୍ତର୍ଜତୀୟ ସାଧାରଣ ସମ୍ପାଦକ ର ଆନ୍ତର୍ଜତୀୟ ମାନବ ଅଧିକାର ରକ୍ଷକ ସଂସ୍ଥା ର ଦାୟିତ୍ୱ ସହିତ ଆନ୍ତର୍ଜତୀୟ ମାନବ ଅଧିକାର ରକ୍ଷକ ଭାବରେ ମଧ୍ୟ ସଭାପତି ର ଦାୟିତ୍ୱ ଗ୍ରହଣ କରିଛନ୍ତି । ଏହା ସହିତ ଭାରତ ସେବା ଦର୍ଶନ ଟ୍ରଷ୍ଟ ର ପ୍ରତିଷ୍ଠାତା ଓ ଅଧ୍ୟକ ଅଛନ୍ତି । ସେ ଜଣେ ଲେଖକ, ସମାଜସେବୀ ରୂପେ ପରିଚିତ। କୁଏତ ରାଇଟର ଫୋରମ୍ ବୋର୍ଡ ର ସଭ୍ୟ ଅଛନ୍ତି । ଓଡିଆ ନୈତିକ ଓ ପ୍ରେରଣା ଗଳ୍ପ ଲେଖକ ଅଟନ୍ତି । ସେ ସମାଜ ରେ ବିଭିନ୍ନ ସଚେତନତା ଶିବିର ଆୟୋଜନ, ରକ୍ତ ଦାନ ଶିବିର, ସ୍ଵାସ୍ଥ୍ୟ ଶିବିର, ଅସହାୟ ବ୍ୟକ୍ତି ଙ୍କୁ କର୍ମ୍ ନିଯୁକ୍ତି ରେ ସହଯୋଗ ସହିତ, ବିଭିନ୍ନ ସାମାଜିକ ଓ ଜନ କଲ୍ୟାଣ ସଚେତନତା କାର୍ଯ୍ୟକ୍ରମ କରିଥାନ୍ତି। ସେ ସର୍ବଦା ଗରିବ ଓ ସାମାଜିକ ଜନ କଲ୍ୟାଣ ରେ ଉତ୍ସହିକୃତ। ଶ୍ରୀ ଜଗନ୍ନାଥ ସମିତି ରେ ଏକ ସେବକ ରୂପେ ନିଜକୁ ତ୍ୟାଗଶିଳ ଓ ସାଧାରଣ ବ୍ୟକ୍ତି ରୂପେ ଦେଶ ଓ ବିଦେଶ ରୂପେ ପରିଚିତ। ତାଙ୍କର ସମ୍ପୂର୍ଣ ଜୀବନ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ଏକ ସମର୍ପଣ ଭାବନା ଓ ସାଧାରଣ ଜୀବନ ଯାପନ କରିବାପାଇଁ ଭଲପାଆନ୍ତି। ଦେଶ ଓ ବିଦେଶର ସମସ୍ତ ସଂଗଠନ ତରଫରୁ ଶ୍ରୀଯୁକ୍ତ ବିଶ୍ଵ ରଞ୍ଜନ ସାହୁ ଙ୍କୁ ଆନ୍ତରୀକ୍ଷ ଶୁଭେଛା ଓ ଆଶ୍ରୀବାଦ୍ ର ବାର୍ତ୍ତା ପଠା ଯାଇଛି । ଏଥିନିମନ୍ତେ ଶ୍ରୀଯୁକ୍ତ ବିଶ୍ଵ ରଞ୍ଜନ ସାହୁ, ସମସ୍ତ ସଂଘଠନ ର ପ୍ରତିନିଧି, ଭାଇ ଓ ଭଊଣୀ ଙ୍କୁ ନିଜର ଆନ୍ତରୀକ୍ଷ ଧନ୍ୟବାଦ୍ ପ୍ରଦାନ୍ କରିଛନ୍ତି।