ଡେଙ୍ଗୁ ଓ ମ୍ୟାଲେରିଆ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

Aug 22, 2023 - 19:23
Aug 24, 2023 - 13:55
 7
ଡେଙ୍ଗୁ ଓ ମ୍ୟାଲେରିଆ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

କୋରାପୁଟ :( ରିପୋର୍ଟ ତ୍ରିନାଥ ପଟ୍ଟନାୟକ ): କୋରାପୁଟ ଜିଲ୍ଲା ଜୟପୁର ସରକାରୀ ଉଚ୍ଚ ବିଦ୍ୟାଳୟ ଜୟପୁରର ଜୁନିୟର ରେଡକ୍ରସ୍ ଶାଖା ତରଫରୁ ଡେଙ୍ଗୁ ଓ ମ୍ୟାଲେରିଆ ଜ୍ଵର ଉପରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ଶ୍ୟାମ ମେହେରଙ୍କ ସଭାପତିତ୍ଵରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାବଣାଗୁଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଡାକ୍ତର ଡ.ମନୋଜ କୁମାର ବିଶ୍ବାଳ ଯୋଗଦାନ କରି ଛାତ୍ରଛାତ୍ରୀମାନଙ୍କୁ ଡେଙ୍ଗୁ ଓ ମ୍ୟାଲେରିଆ ଜ୍ଵର ବ୍ୟାପିବାର କାରଣ , ନିରାକରଣ ଓ ତାର ଲକ୍ଷଣ ଉପରେ ଅବଗତ କରାଇଥିଲେ। କାର୍ଯକ୍ରମ ପ୍ରାରମ୍ଭରେ ଜୁନିୟର ରେଡକ୍ରସ ପରାମର୍ଶଦାତା ଯଜ୍ଞେଶ୍ଵର ପଣ୍ଡା କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା ପ୍ରଦାନ କରିବା ସହିତ ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ। ଜୁନିୟର ରେଡକ୍ରସ୍ ପରାମର୍ଶଦାତ୍ରୀ ଶୁଭସ୍ମିତା ସାହୁ କାର୍ଯକ୍ରମ ପରିଚାଳନା ସହିତ ଧନ୍ୟବାଦ ଅର୍ପଣ କରିଥିଲେ। ଶିକ୍ଷକ ପ୍ରକାଶ ଚନ୍ଦ୍ର ପଟ୍ଟନାୟକ,ବିଶ୍ଵ ରଞ୍ଜନ ଗୌଡ଼, ହିତକର ଚରତି, ନରେଶ କୁମାର ଷଡଙ୍ଗୀ, ସୁବର୍ଣ୍ଣ କୁମାରୀ ଖିଲ ଙ୍କ ସମେତ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।