ଭୁବନେଶ୍ୱର-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସର ଶୁଭାରମ୍ଭ

Aug 14, 2023 - 16:54
 6
ଭୁବନେଶ୍ୱର-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସର ଶୁଭାରମ୍ଭ

ଭୁବନେଶ୍ୱର : ଆଜି ନୂଆ ରୂପରେ ଭୁବନେଶ୍ୱର-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ । ତେଜସ ରେକ୍ସ ସହ ଗଡ଼ିବ ଟ୍ରେନ୍‌ । ଭୁବନେଶ୍ୱର ଷ୍ଟେସନରେ ଶୁଭାରମ୍ଭ କରିଛନ୍ତି କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଓ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ। ଏହି ଅବସରରେ ରେଳ ମନ୍ତ୍ରୀ କଛନ୍ତି ଯେ ଖୁବ୍ ଶୀଘ୍ର ଓଡ଼ିଶା ରେ ଗଡ଼ିବ ଦ୍ଵିତୀୟ ବନ୍ଦେ ଭାରତ ଏକ୍ସପ୍ରେସ। ଏହା ରାଉରେଲାରୁ ଭୁବନେଶ୍ୱର ଯାଏଁ ଚାଲିବ। ଯାତ୍ରୀ ପାଇବେ ବିଳାସପୂର୍ଣ୍ଣ ସହ ସୁରକ୍ଷିତ ଯାତ୍ରା ସୁବିଧା । ତେଜସ ରେକ୍ସରେ ରହିଛି ଅତ୍ୟାଧୁନିକ ସୁବିଧା । ବିଶ୍ୱସ୍ତରୀୟ ସୁବିଧା ଦେବାକୁ ଏଥିରେ ରହିଛି ସ୍ମାର୍ଟ ସ୍ଲିପର କୋଚ୍ । ସ୍ୱୟଂକୃତ, ଏକକ ନିୟନ୍ତ୍ରିତ ପ୍ରବେଶ ଦ୍ୱାର ରହିଛି । ମୁଖ୍ୟ ପ୍ରବେଶ ଦ୍ୱାର ବନ୍ଦ ନହେବା ଯାଏଁ ଗଡ଼ିବନି ଟ୍ରେନ୍ । ପ୍ରତି କୋଚରେ ୬ଟି ଲେଖାଏଁ କ୍ୟାମେରା ଲାଗିଛି । ସବୁ କ୍ୟାମେରାରେ ୨୪ ଘଣ୍ଟିଆ ଲାଇଭ୍ ରେକର୍ଡିଂ । GSM ନେଟୱର୍କ ସଂଯୋଗୀକୃତ ଯାତ୍ରୀ ସୂଚନା ବ୍ୟବସ୍ଥା ରହିଛି । କୋଚ୍ କମ୍ପ୍ୟୁଟିଂ ୟୁନିଟ୍ ବା PICCUରେ ଡାଟା ରେକର୍ଡ ହେବ । ଏହି ଶୁଭାରମ୍ଭ ଅବସରରେ ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ବକ୍ତବ୍ୟ ରଖିଛନ୍ତି ଓ କହିଛନ୍ତି,ତେଜସ୍‌ରେ ଯାତ୍ରୀମାନଙ୍କୁ ଅତ୍ୟାଧୁନିକ ସୁବିଧା ମିଳିବ|ଓଡ଼ିଶାରୁ ଚାଲିବ ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସ । ରାଉରକେଲାରୁ ଭୁବନେଶ୍ୱରକୁ ଗଡ଼ିବ ବନ୍ଦେ ଭାରତ ଏକ୍ସପ୍ରେସ । ଏହି ରୁଟରେ ଟ୍ରେନ ଚଳାଇବାକୁ ନେଇ ନିଷ୍ପତ୍ତି ନିଆଯାଇଛି । ସୁନ୍ଦରଗଡ଼, ଝାରସୁଗୁଡ଼ା, ଅନୁଗୁଳ ଓ ତାଳଚେରକୁ ଯୋଡ଼ିବ ଏହି ଟ୍ରେନ । କାମ ପ୍ରାୟ ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ବୋଲି କହିଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ।