ଭୁବନେଶ୍ୱରରେ ଡେଙ୍ଗୁ ସଂଖ୍ୟା ବୃଦ୍ଧି; କ୍ୟାପିଟାଲ ହସ୍ପିଟାଲରେ ଦୈନିକ ୬୦ ପଜିଟିଭ୍ ଚିହ୍ନଟ
ଭୁବନେଶ୍ୱର : ଦୈନିକ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରୁ ୬୦ ଡେଙ୍ଗୁ ପଜିଟିଭ୍ ଚିହ୍ନଟ ହେଉଛନ୍ତି। ସାରା ଓଡିଶାରେ ଯେତିକି ଡେଙ୍ଗୁ ରୋଗୀ ବାହାରୁଛନ୍ତି ସେଥି ମଧ୍ୟରୁ ଭୁବନେଶ୍ୱରରେ ଚିହ୍ନଟ ହେଉଛନ୍ତି ୬୦ ପ୍ରତିଶତ ରୋଗୀ । ନୟାପଲ୍ଲୀ, ପୁରୁଣା ଭୁବନେଶ୍ୱର, ଆଚାର୍ଯ୍ୟବିହାର, ଜାଗମରା, ପୋଖରୀପୁଟ ଭଳି ଅଞ୍ଚଳ ଏବେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ଅଧିକ ରହିଛି | ହସ୍ପିଟାଲରେ ପ୍ରତିଦିନ ୩୦୦ରୁ ୪୦୦ ଲୋକଙ୍କ ଡେଙ୍ଗୁ ପରୀକ୍ଷା ହେଉଛି । ୧୦ରୁ ୧୨ ଜଣ ଆଡ଼ମିଶନ ହେଉଛନ୍ତି । ଏବେ ହସ୍ପିଟାଲରେ ଡେଙ୍ଗୁ ରୋଗୀଙ୍କ ଲାଗି ୫୦ ସ୍ୱତନ୍ତ୍ର ବେଡ୍ ଥିବାବେଳେ ୪୮ ଜଣ ଆଡମିଟ୍ ହୋଇ ଚିକିତ୍ସିତ ହେଉଛନ୍ତି । ଚିକିତ୍ସିତ ରୋଗୀଙ୍କ ମଧ୍ୟରୁ ୮ରୁ ୯ ଜଣଙ୍କ ବ୍ଲଡ୍ ପ୍ଲେଟଲେଟ୍ ଦିଆଯାଉଛି ।