ଭୁବନେଶ୍ୱରକୁ ପରିଷ୍କାର ରଖିବାକୁ ସଚେତନ କରିବ ଟିମ୍ ସାଇନ୍

ଭୁବନେଶ୍ୱର : ଭୁବନେଶ୍ୱରର ଗଳିକନ୍ଦିରେ ବୁଲିବ ଟିମ୍ ସାଇନ୍ ବା ଭୁବନେଶ୍ୱର ମହାନଗର ନିଗମ (ବିଏମସି) ଏନଫୋର୍ସମେଣ୍ଟ ସ୍କ୍ୱାଡ୍ । ଟିମ୍ ସାଇନ୍ ଅର୍ଥାତ ସାନିଟେସନ ଏବଂ ହାଇଜିନ୍ ଇନିସପେକ୍ସନ ଫର୍ ନିଟ୍ ଏନଭରମେଂଟ । ଆଜି ଏହାର ବିଧିବଦ୍ଧ ଶୁଭାରମ୍ଭ କରିବେ ଭୁବନେଶ୍ୱର ମେୟର ସୁଲୋଚନା ଦାସ ଓ କମିଶନ ବିଜୟ ଅମୃତ କୁଲାଙ୍ଗେ। ପ୍ରଥମ ପର୍ଯ୍ୟାୟରେ ୧୦ଟି ଏନଫୋର୍ସମେଣ୍ଟ ସ୍କ୍ୱାଡ୍ କାର୍ଯ୍ୟ କରିବେ। ପ୍ରତି ଟିମରେ ୫ ଜଣ ସଦସ୍ୟ ରହିବେ । ପ୍ରତି ଟିମର ନେତୃତ୍ୱ ନେବେ ଜଣେ ଅବସରପ୍ରାପ୍ତ ସେନା ଅଧିକାରୀ । ଏହି ଅବସରରେ ଏନଫୋର୍ସମେଣ୍ଟ ଟିମର ରୋଡ଼ ସୋ ଅନୁଷ୍ଠିତ ହୋଇଛି । ବାଣୀବିହାରରୁ ଆଚାର୍ଯ୍ୟବିହାର ଦେଇ ବିଏମସି ଅଫିସ ଯାଏଁ ରୋଡ ସୋ କରାଯାଇଛି । ରାଲି ମାଧ୍ୟମରେ ରାଜଧାନୀ ବାସିନ୍ଦାଙ୍କୁ ସାନିଟେସନ୍ ନେଇ ସଚେତନ କରିବାକୁ ପ୍ରୟାସ କରାଯାଇଛି । ଅଳିଆ କଲେ ସଚେତନ କରାଯିବ ଓ ନମାନିଲେ ହେବ କାର୍ଯ୍ୟାନୁଷ୍ଠାନ ।