ସ୍ୱାଧୀନତା ଦିବସ ପାଇଁ ସାରା ଓଡ଼ିଶା ରେ କଡ଼ା ସୁରକ୍ଷା ବ୍ୟବସ୍ଥା
ଭୁବନେଶ୍ୱର: ଆଉ ଦିନକ ପରେ ସ୍ୱାଧୀନତା ଦିବସ। ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆରେ ହେବାକୁ ଥିବା ରାଜ୍ୟସ୍ତରୀୟ ସ୍ଵାଧୀନତା ଦିବସ ସମାରୋହ ପୂର୍ବରୁ ଆଜି ଅନୁଷ୍ଠିତ ହୋଇଛି ଫୁଲ୍ ଡ୍ରେସ୍ ରିହର୍ଶାଲ। ଚଳିତ ବର୍ଷ ପ୍ୟାରେଡ୍ ରେ ସାମିଲ ହେବେ ୫ଟି କଣ୍ଟିନ୍ଜେଣ୍ଟ। ସୁରକ୍ଷା ବ୍ୟବସ୍ଥା ତଦାରଖ କରି ପୋଲିସ୍ ଡିଜି ସୁନିଲ ବଂଶଲ କହିଛନ୍ତି ଯେ ଖାଲି ଭୁବନେଶ୍ୱର ନୁହେଁ ସାରା ରାଜ୍ୟରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ମାଓ ପ୍ରବଣ ଅଞ୍ଚଳ ଓ ସୀମାବର୍ତ୍ତି ଅଞ୍ଚଳକୁ ବିଶେଷ ଧ୍ୟାନ ଦିଆଯାଉଛି। କମିଶରେଟ ପୋଲିସ୍ ପକ୍ଷରୁ ମଧ୍ୟ ଭୁବନେଶ୍ୱରର ବିଭିନ୍ନ ଛକ ଗୁଡ଼ିକରେ ବ୍ଲକିଙ୍ଗ ଓ ଚେକିଂ ଜୋରଦାର କରାଯାଇଛି।