ଓଡ଼ିଶା ବଜେଟ୍‌ ଉପସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

Feb 17, 2025 - 22:26
 3
ଓଡ଼ିଶା ବଜେଟ୍‌ ଉପସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶା ବିଧାନସଭାରେ ୨୦୨୫-୨୬ ଆର୍ଥିକ ବର୍ଷର ବଜେଟ୍ ଉପସ୍ଥାପନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ୨ଲକ୍ଷ ୯୦ହଜାର କୋଟିର ବଜେଟ୍ ଉପସ୍ଥାପନ ହୋଇଛି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଓଡ଼ିଶାର ବିକାଶ ସହ ହେବ ସହରୀକରଣ ବ୍ୟବସ୍ଥା। ବନ୍ଦର ଭିତ୍ତିକ ବିକାଶ ଉପରେ ସରକାରଙ୍କ ଗୁରୁତ୍ବ। ନୂତନ ନିଯୁକ୍ତିକାରୀ ଶିଳ୍ପ ଉପରେ ଅଛି ବିଶେଷ ଗୁରୁତ୍ବ। ୧୬ ଲକ୍ଷ ୭୩ହଜାର କୋଟିର ପୁଞ୍ଜି ଆସିବା ଲକ୍ଷ୍ୟ ରହିଛି। ରାଜ୍ୟର ଅଭିବୃଦ୍ଧି ହାର ୭.୨ ରହିଛି। ଜଳ ଭିତ୍ତିଭୂମି ଓ ବିକାଶ ପାଇଁ ୧୩୧୫ କୋଟି, ତ୍ବରିତ ଜଳସେଚନ ଲାଭ ଯୋଜନା ପାଇଁ ୧୭୮୬ କୋଟି, ପାର୍ବତୀ ଗିରି ମେଗା ଉଠାଜଳସେଚନ ପ୍ରକଳ୍ପ ପାଇଁ ୧୩୧୮ କୋଟି, ଜଳସଂରକ୍ଷଣ ଭିତ୍ତିଭୂମି ପାଇଁ ୮୮୦ କୋଟି ବରାଦ କୃଷି ଓ ଜଳସେଚନ ବଜେଟ୍ ରେ ରହିଛି। କୃଷି ପାଇଁ ଏଥର ୩୭,୮୦୦ କୋଟି ବ୍ୟୟ ଅଟକଳ କରାଯାଇଛି। ସମୃଦ୍ଧ କୃଷକ ଯୋଜନା ପାଇଁ ୬ ହଜାର କୋଟି ବରାଦ ହୋଇଛି। ସିଏମ କିଷାନ ଯୋଜନାରେ ବ୍ୟୟ ଅଟକଳ ୨ ହଜାର ୨୦ କୋଟି, ଶ୍ରୀ ଅନ୍ନ ଅଭିଯାନରେ ମିଲେଟ ଚାଷ ପାଇଁ ୬୦୦ କୋଟି, ସଫଳ ବିବିଧ କୃଷି ଯୋଜନା ପାଇଁ ୬୯୫ କୋଟି ବରାଦ କରାଯାଇଛି। ଗୋପବନ୍ଧୁ ଜନଆରୋଗ୍ୟ ଯୋଜନା ପାଇଁ ୬୨୪୯ କୋଟି, ମୁଖ୍ୟମନ୍ତ୍ରୀ ସ୍ବାସ୍ଥ୍ୟସେବା ମିଶନ ପାଇଁ ୩୮୮୧ କୋଟି, ଜାତୀୟ ସ୍ବାସ୍ଥ୍ୟ ମିଶନ ପାଇଁ ରାଜ୍ୟ ଭାଗ ୨ ହଜାର ୯୧ କୋଟି, ନିର୍ମଳ ଯୋଜନା ପାଇଁ ୯୯୭ କୋଟି ଟଙ୍କା ବରାଦ କରାଯାଇଛି। ଗୋଦାବରୀଶ ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ପାଇଁ ୨୯୬୦ କୋଟି ବ୍ୟବସ୍ଥା ରହିଛି। ମୁଖ୍ୟମନ୍ତ୍ରୀ ପୋଷଣ ଶକ୍ତି ନିର୍ମାଣ ପାଇଁ ୬୪୬ କୋଟି ବରାଦ କରାଯାଇଛି।