ଭୁବନେଶ୍ୱରରେ ରହିବା ଘରେ ବ୍ୟବସାୟ କରୁଥିଲେ ନିଆଯିବ କାର୍ୟାନୁଷ୍ଠାନ

ଭୁବନେଶ୍ୱର : ଭୁବନେଶ୍ୱରରେ ବାସସ୍ଥାନ ଉଦ୍ଦେଶ୍ୟରେ ଘର କରି ତାକୁ ବ୍ୟବସାୟିକ ଉଦ୍ଦେଶ୍ୟରେ ବ୍ୟବହାର କଲେ ଘର ମାଲିକଙ୍କ ବିରୁଦ୍ଧରେ ନିଆଯିବ କାର୍ୟାନୁଷ୍ଠାନ । ହୋଲଡିଂ ଟିକସ ଏବଂ ଟ୍ରେଡ ଲାଇସେନ୍ସ ସମୟ ଅନୁସାରେ ପୈଠ କରିବା ପାଇଁ କମିଶନରଙ୍କ ପକ୍ଷରୁ ସ୍ମାର୍ଟ ସିଟି ବାସିନ୍ଦାଙ୍କୁ ଅନୁରୋଧ କରାଯାଇଛି । ବାସ ଉଦ୍ଦେଶ୍ୟରେ ଘର କରି ବହୁ ଲୋକ ସେଠାରେ ବ୍ୟବସାୟ କରୁଥିବା ନଜରକୁ ଆସିଛି।