ଭ୍ୟାନ୍ ଚକ ତଳେ ଚାପି ହୋଇ ୪ ବର୍ଷର ଶିଶୁକନ୍ୟାର ମୃତ୍ୟୁ

ମୋହନା: ଗଜପତି ଜିଲ୍ଲା ଅଡ଼ବା ଥାନା ଗାଣ୍ଡାଗୁଡ଼ା ଗାଁରେ ଭ୍ୟାନ୍ ଚକ ତଳେ ଚାପି ହୋଇ ୪ ବର୍ଷର ଶିଶୁକନ୍ୟାର ମୃତ୍ୟୁ ହୋଇଛି। ଘଟଣାକୁ ନେଇ ଉତ୍ତେଜନା ଦେଖାଯାଇଥିବା ବେଳେ ସ୍ଥାନୀୟ ଲୋକେ ଡ୍ରାଇଭରଙ୍କୁ ମାଡ଼ ମାରିଛନ୍ତି। ପରିବା ବୋଝେଇ ଭ୍ୟାନରୁ ଗାଁ ଲୋକେ ପରିବା କିଣୁଥିଲା ବେଳେ ଅସାବଧାନତାରୁ ନିକଟରେ ଥିବା ଶିଶୁ ଉପରେ ଚଢ଼ି ଯାଇଥିଲା ଭ୍ୟାନ୍।