ଦଳେଇଘାଇ ନିକଟରେ ୧୫ ଫୁଟର ଘାଇ; ଜଗତସିଂହପୁର- କଟକ ରାସ୍ତା ଉପରେ ୨ ଫୁଟ୍ ଉଚ୍ଚର ପାଣି

ଜଗତସିଂହପୁର : ଜଗତସିଂହପୁର ଜିଲ୍ଲା ଦେଇ ଯାଇଥିବା ମାଛଗାଁ କେନାଲର ଦୁଇଟି ସ୍ଥାନରେ ଘାଇ। ଗତକାଲି ବିଳମ୍ବିତ ରାତିରେ ଦଳେଇଘାଇ ଓ ତରିକୁନ୍ଦ ନିକଟରେ ଘାଇ ହୋଇଯିବାରୁ ଜଗତସିଂହପୁର-କଟକ ମୁଖ୍ୟ ରାସ୍ତାରେ ଦୁଇ ଫୁଟ୍ ଉପରେ ପାଣି ଚାଲୁଛି । ଫଳରେ ଜନଜୀବନ ଯାତାୟାତ ବାଧାପ୍ରାପ୍ତ ହୋଇଛି। ତରିକୁନ୍ଦ ବଜ଼ାରରେ ଥିବା ଦୋକାନ ମାନଙ୍କରେ ମଧ୍ଯ ପାଣି ପଶିଯାଇଛି । ଏ ନେଇ ବାଲିଆ ଜଳସେଚନ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ କହିଛନ୍ତି ଯେ, ଦଳେଇଘାଇ ନିକଟରେ ୧୫ ଫୁଟର ଘାଇ ହୋଇଥିବା ବେଳେ ତରିକୁନ୍ଦ ନିକଟରେ ୨୦ ଫୁଟର ଘାଇ ହୋଇଛି । ଘାଇ ବନ୍ଦ ପାଇଁ ବ୍ୟବସ୍ଥା କରାଯାଉଛି ବୋଲି ନିର୍ବାହୀ ଯନ୍ତ୍ରୀ ସୂଚନା ଦେଇଛନ୍ତି।