ମାଲକାନଗିରିରେ ଡଙ୍ଗା ବୁଡ଼ି ୨ ନିଖୋଜ

ମାଲକାନଗିରି: ଆଜି ମାଲକାନଗିରି ଜିଲ୍ଲାରେ ସ୍ବାଭିମାନ ଅଞ୍ଚଳରେ ଡଙ୍ଗା ବୁଡ଼ି ୨ ଜଣ ନିଖୋଜ ହୋଇଛନ୍ତି। ସୂଚନା ଅନଯାୟୀ, ୩ଜଣଙ୍କୁ ଉଦ୍ଧାର କରାଯାଇଛି| ସିନ୍ଦିଗୁଡ଼ା ଗାଁ ନିକଟ ଡ୍ୟାମ୍ରେ ଭାରସାମ୍ୟ ହରାଇ ଡଙ୍ଗା ବୁଡ଼ିଲା ଯାଇଥିଲା। ଆନ୍ଧ୍ର ପଡ଼ାଲପୁରରେ ବାହାଘର ଭୋଜି ଖାଇ ଫେରୁଥିଲା ଡ଼ଙ୍ଗାଟି ବୁଡ଼ିଯାଇଥିଲା। ଉଦ୍ଧାର କାର୍ଯ୍ୟରେ ଖଇରପୁଟ ଅଗ୍ନିଶମ ଟିମ୍ ଓ ମୁଦୁଲିପଡ଼ା ପୋଲିସ ନିୟୋଜିତ ହୋଇଛନ୍ତି।|