ବାଲେଶ୍ୱର ରେଳ ଦୁର୍ଘଟଣା : ମୃତକଙ୍କ ଚିହ୍ନଟ ପାଇଁ ଭୁବନେଶ୍ୱର ଏମ୍ସ ଆସିବାକୁ ପରାମର୍ଶ

Jun 7, 2023 - 17:53
 5
ବାଲେଶ୍ୱର ରେଳ ଦୁର୍ଘଟଣା : ମୃତକଙ୍କ ଚିହ୍ନଟ ପାଇଁ ଭୁବନେଶ୍ୱର ଏମ୍ସ ଆସିବାକୁ ପରାମର୍ଶ

ଭୁବନେଶ୍ୱର: ବାଲେଶ୍ୱର ରେଳ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ଚିହ୍ନଟ ପାଇଁ କେବଳ ଏମ୍ସ ଭୁବନେଶ୍ୱରରେ ପହଞ୍ଚିବାକୁ ପୂର୍ବତଟ ରେଳପଥ ପକ୍ଷରୁ ପରାମର୍ଶ ଦିଆଯାଇଛି। ଆଜି ସକାଳ ୩ଟା ୫୦ ସୁଦ୍ଧା ଭୁବନେଶ୍ୱର ଏମ୍ସକୁ ଆସିଛି ୩୯ଟି ମୃତଦେହ। କ୍ୟାପିଟାଲ୍ ହସ୍ପିଟାଲ, SUM, KIMS, high tech ଓ AMRI ହସ୍ପିଟାଲରୁ ଆସିଛି ମୃତଦେହ। ମୃତଦେହ ଗୁଡିକୁ ରେଫ୍ରିଜେରେଟର କଣ୍ଟେନର ରେ ରଖାଯାଇଛି। ବର୍ତ୍ତମାନ ସୁଦ୍ଧା ଏମ୍ସ ଭୁବନେଶ୍ୱରକୁ ଆସିଲାଣି ୧୬୨ଟି ମୃତଦେହ।