ସିମୁଳିଆ ଥାନା IIC ଙ୍କ ମିଥ୍ୟା କେସ ବିରୋଧରେ ସାମ୍ବାଦିକ ତଥା ବହୁ ଚର୍ଚ୍ଚିତ ୟୁଟୁବର ଶଙ୍କର ଓମ ଶରଣ ମାନବାଧିକାର କମିଶନ ଙ୍କ ଦ୍ୱାରସ୍ଥ..!

ସିମୁଳିଆ :/
ଭାରତ ବର୍ଷ ରେ ପ୍ରଥମ ଥର ପାଇଁ ଏକ କମେଡି ଗୀତ କେଉଁ ଜିଲ୍ଲା ଝିଅ କେମିତି ଉପରେ କେସ କରିଥିଲା ସିମୁଳିଆ ପୋଲିସ ଏବଂ କମେଡି ଗୀତ ଉପରେ ଲଗେଇଥିଲା 354 (A) ଦଫା ! ଯାହା ଯୋଗୁଁ ଆରେଷ୍ଟ ହୋଇ କୋର୍ଟ ଫରୱାର୍ଡ଼ ହୋଇଥିଲେ ଶଙ୍କର ଓମ ଶରଣ..!
ଗୀତ ଉପରେ କୌଣସି କେସ ହୋଇପାରିବନି କହି କେସ ଟିକୁ ଖାରଜ କରି ତୁରନ୍ତ ଶଙ୍କର ଙ୍କୁ ବେଲ ଦେଇଥିଲେ ମାନ୍ୟବର ଅଦାଲତ ! ଶଙ୍କର ବେଲ ପାଇଲା ପରେ ସିମୁଳିଆ ଥାନାର ମିଥ୍ୟା କେସ କୁ ନେଇ ମାନବାଧିକାର କମିଶନ କୁ ଏକ ପିଟିସନ ଦେବା ସହିତ ତୁରନ୍ତ ସିମୁଳିଆ ଥାନା IIC ସ୍ଵର୍ଣ୍ଣଲତା ମିଞ୍ଜ ଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବୀ କରିଛନ୍ତି..!
ସେ ମାନବାଧିକାର କମିଶନ ରେ ପିଟିସନ ଦେବା ସହିତ ଜିଲ୍ଲା ଆରକ୍ଷୀ ଅଧିକ୍ଷକ, ବାଲେଶ୍ୱର, IG of ପୋଲିସ ବାଲେଶ୍ୱର, ଜିଲ୍ଲାର ଜିଲ୍ଲାପାଳ ଏବଂ ଜାତୀୟ ମାନବାଧିକାର କମିଶନ, ନୂଆଦିଲ୍ଲୀ କୁ ମଧ୍ୟ ସିମୁଳିଆ ଥାନା IIC ଙ୍କ ବିରୋଧରେ ପିଟିସନ ଦାଖଲ କରିଛନ୍ତି..! ଏହା ସହିତ ଓଡିଶା ପୋଲିସ ର ମନମାନୀ ଏବଂ ଏକ ଚାଟିଆ କାରବାର ତଥା ଗଣମାଧ୍ୟମ ର କଣ୍ଠରୁଦ୍ଧ କରିବାର ଅପପ୍ରୟାସ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ସେ ଜାତୀୟ ମାନବାଧିକାର କମିଶନ ନିକଟରେ ଦାବୀ କରିଛନ୍ତି | ଶଙ୍କର ଙ୍କ କମେଡି ଗୀତ ଉପରେ ମିଛ ଦଫା ଲଗାଇ ତାଙ୍କୁ ସିମୁଳିଆ ପୋଲିସ ଆରେଷ୍ଟ କରିଥିବା ବେଳେ କିଛି ୱେବ ଚେନାଲ ତାଙ୍କୁ ଫେକ ସାମ୍ବାଦିକ କହି ଏବଂ ମହିଳାଙ୍କୁ ଅଶ୍ଳୀଳ ଇଙ୍ଗିତ କରି ଆରେଷ୍ଟ ହୋଇଥିଲେ ବୋଲି ମିଛ ଖବର ପ୍ରସାରଣ କରିଥିଲେ..! ସେହି ମିଛ ଖବର ପ୍ରସାରଣ କରିଥିବା ୱେବ ଚାନେଲ ବିରୋଧରେ ଭୁବନେଶ୍ୱର ସାଇବର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ଶଙ୍କର ଓମ ଶରଣ ଏବଂ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବୀ କରିଛନ୍ତି..!