୧୪ଟି ନୂତନ ସ୍ବତନ୍ତ୍ର ଉନ୍ନୟନ ପରିଷଦ ପାଇଁ ନିଯୁକ୍ତ ହେଲେ ଅଧ୍ୟକ୍ଷ
ଭୁବନେଶ୍ବର: ୧୪ଟି ନୂତନ ସ୍ବତନ୍ତ୍ର ଉନ୍ନୟନ ପରିଷଦ (Special Development Council) ପାଇଁ ରାଜ୍ୟ ସରକାର ଅଧ୍ୟକ୍ଷ ନିଯୁକ୍ତ କରିଛନ୍ତି । ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନକ୍ରମେ ଏହି ନିଯୁକ୍ତି ଦିଆଯାଇଛି । ଏହି ୧୪ ଜଣ ନୂତନ ଅଧ୍ୟକ୍ଷ ହେଲେ – ଅନୁଗୁଳ ଜିଲ୍ଲା - ଶ୍ରୀ ସଦାଶିବ ନାୟକ ବାଲେଶ୍ବର – ଶ୍ରୀ ମଦନ ମୋହନ ମାଝୀ ବଲାଙ୍ଗୀର – ଶ୍ରୀ ବ୍ରଜମୋହନ ବିଶୋଇ ବୌଦ୍ଦ – ଶ୍ରୀ ଭଗବାନ କହଁର ଢେଙ୍କାନାଳ – ଶ୍ରୀ ସୁରେନ୍ଦ୍ର ହେମ୍ବ୍ରମ ଯାଜପୁର – ଶ୍ରୀ ଲମ୍ବୋଦର ମୁଣ୍ଡା କଳାହାଣ୍ଡି – ଶ୍ରୀ ଶିବାଜୀ ମାଝୀ ନୂଆପଡା – ଶ୍ରୀ ଭଗତରାମ ମାଝୀ ସମ୍ବଲପୁର – ଶୋଭାରାମ ପ୍ରଧାନ ଦେବଗଡ – ପାଞ୍ଜିଆ ଭୋଇ ବରଗଡ – ସୁଶୀଳା ଭୋଇ ଝାରସୁଗୁଡା – ମୋହନ କିଶାନ ନୟାଗଡ – ଜାନକୀ ଦେହୁରୀ ଗଞ୍ଜାମ – ବିଦ୍ୟାଧର ଜାନୀ ସୂଚନାଯୋଗ୍ୟ ଯେ ୨୦୧୭ ମସିହାରୁ ୯ଟି ଜିଲ୍ଲାରେ ସ୍ବତନ୍ତ୍ର ଉନ୍ନୟନ ପରିଷଦ କାର୍ଯ୍ୟକାରୀ ହେଉଥିଲା। ନିକଟରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏହାକୁ ଆଉ ୧୪ଟି ଜିଲ୍ଲାକୁ ସଂପ୍ରସାରିତ କରିବା ପାଇଁ ନିଷ୍ପତ୍ତି ନେଇଥିଲେ । ଏହି ପରିଷଦ ଗୁଡିକ ଜରିଆରେ ରାଜ୍ୟର ଜନଜାତି ମାନଙ୍କର କଳା, ସଂସ୍କୃତି ଓ ଐତିହ୍ୟର ସଂରକ୍ଷଣ ଓ ସୁରକ୍ଷା ପାଇଁ ପଦକ୍ଷେପ ନିଆଯାଉଛି ।