୬ ଗୋଟି ଅନୁଷ୍ଠାନ ପକ୍ଷରୁ ଆୟୋଜିତ ରଜ ପର୍ବ ପାଳନ ଅବସରରେ ସାମାଜସେବୀ ଡ ନାରାୟଣ ମହାପାତ୍ର ସମ୍ବର୍ଦ୍ଧିତ

Jun 16, 2023 - 19:47
 119
୬ ଗୋଟି ଅନୁଷ୍ଠାନ ପକ୍ଷରୁ ଆୟୋଜିତ ରଜ ପର୍ବ ପାଳନ ଅବସରରେ ସାମାଜସେବୀ ଡ ନାରାୟଣ ମହାପାତ୍ର ସମ୍ବର୍ଦ୍ଧିତ

ଭୁବନେଶ୍ୱର: ଭୁବନେଶ୍ୱର ଡୁମୁଡୁମା ଅଞ୍ଚଳର, ବାହାବଳପୁର ସରକନ୍ତରା ର ସ୍ଥାନୀୟ ୬ ଗୋଟି ଅନୁଷ୍ଠାନ ପକ୍ଷରୁ ଆୟୋଜିତ ରଜ ପର୍ବ ପାଳନ ଅବସରରେ ମା ସନ୍ତୋଷୀ ଆଞ୍ଛଳିକ ଉନ୍ନୟନ ସଙ୍ଘ ସଭାର ମୁଖ୍ୟଅତିଥି ସାମାଜସେବୀ ଡ ନାରାୟଣ ମହାପାତ୍ର ଙ୍କୁ ସାମାଜ ସେବା କ୍ଷେତ୍ରରେ ଉଲେଖନୀୟ କାର୍ଯ୍ୟ ନିମନ୍ତେ ସମ୍ଵର୍ଦ୍ଧିତ କରିଥିଲେ। ଡୁମୁଡୁମା ଅଞ୍ଚଳର ଲୋକମାନେ ଆମର ବାପା ଅଜା ଅମଳ ର ଓଡ଼ିଆ ସଂସ୍କୃତି ରଜ ପର୍ବ ପାଳନ କରୁଥିବାରୁ ଡ଼ ମହାପାତ୍ର ସମସ୍ତଙ୍କୁ ବହୁତ ବହୁତ ଶୁଭେଚ୍ଛା ଜଣାଇଥିଲେ। ରଜ ପର୍ବ ରେ ଛୋଟ ପିଲା ମାନଙ୍କ ନାଚ ବହୁତ ଭଲ ହୋଇଥିଲା । ଏହି ରଜ ଉତ୍ସବ ପାଳନ ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଡ଼ ମହାପାତ୍ର କହିଥିଲେ ଆମେମାନେ ପାଶ୍ଚାତ୍ୟ ସଂସ୍କୃତି କୁ ଅନୁସରଣ କରି ଆମ ଓଡ଼ିଶା ର ସଂସ୍କୃତି ଠାରୁ ଦୁରେଇ ଯାଉଛୁ। ଯେଉଁ ଓଡ଼ିଆ ମାନେ ନିଜ କାର୍ଯ୍ୟରେ ପ୍ରତିଷ୍ଠିତ ହୋଇ ଓଡିଶା ର ବିଭିନ୍ନ ପ୍ରାନ୍ତର ରେ କାର୍ଯ୍ୟ କରି ସୁନାମ ବଢ଼ାଇବାରେ ସହାୟକ ହୋଇ ପାରୁଛନ୍ତି ସେମାନଙ୍କୁ ଖୋଜି ବାହାର କରି ଉତ୍ସାହିତ କରିବା ପାଇଁ ପରାମର୍ଶ ଦେଇଥିଲେ, ସବୁ କାର୍ଯ୍ୟ ଆମେ କରି ପରିବା ନାହିଁ, ତେଣୁ ଯେଉଁ କିଛି ଜଣ ନିଜ ମାଟି ଓ ନିଜ ସଂସ୍କୃତି କୁ ବଞ୍ଚାଇ ରଖିବା ପାଇଁ କାର୍ଯ୍ୟ କରୁଛନ୍ତି ତାଙ୍କୁ ଉତ୍ସାହିତ କରିବା ଉଚିତ, ଆମର ସଂସ୍କୃତି କୁ ଆମେ ଭୁଲି ପାଶ୍ଚାତ୍ୟ ସଂସ୍କୃତି କୁ ଗ୍ରହଣ କରିବା ଠିକ ନୂହେଁ, ଆମ ଗୁରୁଜନ ଓ ପରିବାର ର କଲ୍ଯାଣ ପାଇଁ ଆମେ କିଛି ସମୟ ଦେବାକୁ ପଡିବ, ଶେଷରେ ସମସ୍ତ ଆୟୋଜକ ଅନୁଷ୍ଠାନ ଗୁଡ଼ିକୁ ଧନ୍ଯବାଦ ଅର୍ପଣ କରି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ କୃପାରୁ ସମସ୍ତଙ୍କର କଲ୍ଯାଣ ହେଉ କାମନା କରିଥିଲେ।