ପୁଣି ଓଡ଼ିଶାରେ ଟ୍ରେନ୍ ଲାଇନଚ୍ୟୁତ

ବରଗଡ଼ : ବାଲେଶ୍ୱର ଜିଲ୍ଲା ବାହାନଗାରେ ଭୟଙ୍କର ଟ୍ରେନ୍ ଦୁର୍ଘଟଣା ପରେ ଓଡ଼ିଶାରେ ଆଉ ଏକ ଟ୍ରେନ୍ ଲାଇନ୍ଚ୍ୟୁତ ହୋଇଛି। ବରଗଡ଼ ଜିଲ୍ଲାରେ ମାଲ୍ବାହୀ ଟ୍ରେନ୍ ଲାଇନ୍ଚ୍ୟୁତ ହୋଇଥିବା ଜଣାପଡ଼ିଛି।ମେଣ୍ଢାପାଲି ନିକଟରେ ୫ଟି ବଗି ଲାଇନ୍ଚ୍ୟୁତ ହୋଇଛି| ଟ୍ରେନ୍ଟି ଡୁଙ୍ଗୁରି ଚୂନପଥର ଖଣିରୁ ଆସିବା ବେଳେ ଦୁର୍ଘଟଣାଟି ଘଟିଛି। ମାଲ୍ବାହୀ ଟ୍ରେନ୍ର ୫ଟି ବଗି ଲାଇନ୍ଚ୍ୟୁତ ହୋଇଛି। ମାଲ୍ବାହୀ ଟ୍ରେନ୍ଟି ଚୂନପଥର ଖଣିରୁ ସିମେଣ୍ଟ କାରଖାନା ଯାଉଥିଲା ବୋଲି ଜଣାପଡ଼ିଛି। ଦୁର୍ଘଟଣାରେ କେହି ଆହତ ହୋଇ ନଥିବା ସୂଚନା ମିଳିଛି।