ଭୁବନେଶ୍ୱରରେ ଟ୍ରକ୍ ଧକ୍କାରେ ଭାଙ୍ଗିଲା ବ୍ରିଜ୍ ବାରିକେଡ୍
ଭୁବନେଶ୍ୱର: ଭୁବନେଶ୍ୱର ରଘୁନାଥପୁର ଅଞ୍ଚଳରେ ଥିବା ଏକ ବ୍ରିଜ୍ ର ବାରିକେଡ୍ କୁ ଧକ୍କା ଦେଲା ବାଲି ବୋଝେଇ ହାଇୱା ଟ୍ରକ୍। ଦୁର୍ଘଟଣା ପରେ ବ୍ରିଜ୍ ଭାଙ୍ଗିଯିବାରୁ ଟ୍ରକ୍ ଟି ଝୁଲନ୍ତା ଅବସ୍ଥାରେ ରହିଛି। ତେବେ ଡ୍ରାଇଭର ଫେରାର ହୋଇଯାଇଥିବା ସୂଚନା ମିଳିଛି। ଡ୍ରାଇଭର ଆଖି ଲାଗିଯାଇଥିବାରୁ ଏହି ଦୁର୍ଘଟଣା ଘଟିଥିବା କହୁଛନ୍ତି ସ୍ଥାନୀୟ ଲୋକ।