ଶହୀଦ ନଗର ଦୁର୍ଗାପୂଜା ସମିତି ପକ୍ଷରୁ ଚାନ୍ଦି ମେଢ଼ ଓ ସୁନା ମୁକୁଟରେ ସୁସଜ୍ଜିତ ହେବେ ମା ଦୁର୍ଗା
ଭୁବନେଶ୍ୱର: ଆସନ୍ତା ଦୁର୍ଗା ପୂଜା ଅବସରରେ ସହିଦନଗର ଦୁର୍ଗା ପୂଜା ସମିତି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ର ଆୟୋଜନ କରାଯାଇଥିଲା। ଏଥିରେ ସଭାପତି, ଉପସଭାପତି, ଉପଦେଷ୍ଟା, କର୍ମକର୍ତା,ସମ୍ପାଦକ ଓ ୱାର୍ଡ ନଂ.୩୦ର କର୍ପୋରେଟର ଉପସ୍ଥିତ ଥିଲେ । ପ୍ରତି ବର୍ଷ ପରି ଏହି ବର୍ଷ ପୂଜାରେ ସମିତି ପକ୍ଷରୁ eco-friendly ତୋରଣ ସୁସଜ୍ଜିତ ହେବ। ତୋରଣଟିର ଉଚ୍ଚତା ପ୍ରାୟ ୮୫ ଫୁଟ୍ ଓ ଦୈର୍ଘ୍ୟ ୧୨୦ ଫୁଟ୍। ଏହା କୁ ନିର୍ମାଣ କରିବାପାଇଁ ୫୦ ରୁ ଉର୍ଦ୍ଧ୍ୱ କାରିଗର ଦିନ ରାତି କାମ କରୁଛନ୍ତି। ଏହି କାରିଗର ମାନେ କଲିକତା ରୁ ଆସିଛନ୍ତି । ପ୍ରାୟ ଶ୍ରୀ ଗଣେଶ ଚତୁର୍ଥୀରୁ ତୋରଣ କାର୍ଯ୍ୟ ଆରମ୍ଭ ହୋଇଛି । ସେହି ଭଳି light Decorator ମଧ୍ଯ କଲିକତା ରୁ ଅଣାଯାଇଅଛି । ପ୍ରତି ବର୍ଷ ଭଳି ଚଳିତ ବର୍ଷ ମା ଚାନ୍ଦି ମେଢ଼ ଓ ସୁନା ମୁକୁଟ, ସୁନା ଅଳଙ୍କାର ଓ ରୂପା ଅଳଙ୍କାର ରେ ସୁସଜ୍ଜିତ ହେବେ। ଏହି ବର୍ଷ ସମିତି ନିଷ୍ପତ୍ତି ନେଇଛନ୍ତି କି ମା ଙ୍କ ପୂଜା କୁ ଅଧିକ ପ୍ରାଧାନ୍ୟ ଦିଆଯିବ । ସବୁ ପୂଜା ସାମଗ୍ରୀ ଠାରୁ ଆରମ୍ଭ କରି ପୂଜା ଉପଚାର,ଭୋଗ, ଅତି ନିଷ୍ଠାପରତା ସହିତ ହେବ ବୋଲି ସମିତି ନିଷ୍ପତ୍ତି କରିଛନ୍ତି । ତାହା ସହିତ ସବୁଠୁ ଅଧିକ ପ୍ରାଧାନ୍ୟ ଦିଆଯାଉଛି ଶ୍ରଦ୍ଧାଳୁଙ୍କ ଦର୍ଶନ, ଏହି ନିମନ୍ତେ ବୟସ୍କ, ମହିଳା ଓ ଦିବ୍ୟାଙ୍ଗ(disable) ମାନେ କିପରି ଭଲରେ ଦର୍ଶନ କରିପାରିବେ ତାହା ଉପରେ ବିଶେଷ ଧ୍ୟାନ ଦିଆଯାଇଅଛି। ତୋରଣଟି ସମ୍ପୁର୍ଣ୍ଣ ନୂଆ, ଏହା କୌଣସି କପି ନୁହେଁ.... ଏହାକୁ ଯୁବ ସଭ୍ୟମାନେ ଡ୍ରଇଂ କରି ଏକ କାଳ୍ପନିକ ତୋରଣର ପରିକଳ୍ପନା ଦେଇଛନ୍ତି । ଆମେ ଆଶା କରୁଛୁ ଏହି ତୋରଣଟି ନିଶ୍ଚିତ ସମସ୍ତଙ୍କର ପସନ୍ଦ ହେବ ଓ ସମସ୍ତ ଶ୍ରଦ୍ଧାଳୁ ଭଲ ରେ ଆସି ଶୃଙ୍ଖଳାର ସହ ମା'ଙ୍କ ଦର୍ଶନ କରନ୍ତୁ । ଏହି ବର୍ଷ ସମୂହ ଭସାଣୀ ରେ ଶହିଦନଗର ସମିତି ତରଫରୁ ସବୁ ପାରମ୍ପରିକ ବାଦ୍ୟ ସହ ନାସିକ ଢୋଲ ବାଜା ମୁଖ୍ୟ ଆକର୍ଷଣ ହେବ। ଜନସାଧାରଣଙ୍କ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ୧୦୦ ରୁ ଉର୍ଦ୍ଧ୍ବ ମହିଳା ଓ ପୁରୁଷ ସ୍ବେଚ୍ଛାସେବୀ ଓ କର୍ମକର୍ତ୍ତା ନିୟୋଜିତ କରାଯିବ ଓ CCTV ର ବ୍ୟବସ୍ଥା କରାଯାଇଅଛି । ମନୋରଞ୍ଜନ ପାଇଁ ପଛପାଖ ପଡ଼ିଆରେ ଶ୍ରଦ୍ଧାଳୁଙ୍କ ପାଇଁ ଷଷ୍ଠୀରୁ ଦଶମୀ ପର୍ଯ୍ୟନ୍ତ ଭଜନ ସଂଧ୍ୟାର କାର୍ଯ୍ୟକ୍ରମ ସ୍ଥିର କରାଯାଇଅଛି ଓ ପିଲାମାନଙ୍କ ପାଇଁ ସବୁଠୁ ବଡ ଦୋଳି, ଛୋଟଦୋଳି ଏବଂ ମୀନାବଜାରର ଆୟୋଜନ କରାଯାଇଅଛି ।